୨ ବର୍ଷ ହେଲା ମିଳୁନି କାମ: ଅନଶନରେ ବସିଲେ ୩ ମହିଳା ଗୃହରକ୍ଷୀ

୨ ବର୍ଷ ହେଲା ମିଳୁନି କାମ: ଅନଶନରେ ବସିଲେ ୩ ମହିଳା ଗୃହରକ୍ଷୀ

ବାଲେଶ୍ବର: ବାଲେଶ୍ବର ଟାଉନ ଥାନା ଅଞ୍ଚଳରେ ୩ ମହିଳା ବନରକ୍ଷୀ ଡ୍ୟୁଟି କରୁଥିଲେ। ତେବେ ବିଭିନ୍ନ ଆଳ ଦେଖାଇ ୨ ବର୍ଷ ହେଲା ସେମାନଙ୍କୁ ଆଉ ଡ୍ୟୁଟି ଦିଆଯାଉ ନାହିଁ। ଏହାକୁ ନେଇ ସେମାନେ ମାନସିକ ଚାପରେ ଥିବା ବେଳେ ଦୁଃଖ କେହି ଶୁଶୁ ନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି। ଏନେଇ ଏସପିଙ୍କଠାରୁ ଡିଆଇଜି ସମସ୍ତଙ୍କୁ ଅବଗତ କରାଯାଇଛି।

ତେବେ ସବୁଠାରୁ ନିରାଶ ହେବା ପରେ ୩ ମହିଳା ଗୃହରକ୍ଷୀ ଜୟନ୍ତୀ ମହାନ୍ତି, ମିନୁ ବିବି ଓ ମମତା ଶର୍ମା ଆଜିଠୁ ଏସପି ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ସେମାନଙ୍କୁ ଡ୍ୟୁଟି ଦେବାର ବ୍ୟବସ୍ଥା କରା ନ ଗଲେ ଅନଶନରୁ ଓହରିବେ ନାହିଁ ବୋଲି ସେମାନେ କହିଛନ୍ତି। ଶୀତ କାକରରେ ମହିଳା ଗୃହରକ୍ଷୀ ଅନଶନରେ ବସିଥିବା ବେଳେ ପୁଲିସ ବିଭାଗ ଉଚ୍ଚକର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe