୩ ବଖରା ଜଳିଗଲା, ୩ ଗୋରୁ ଜଳିଗଲେ

୩ ବଖରା ଜଳିଗଲା, ୩ ଗୋରୁ ଜଳିଗଲେ

ହାଟଡ଼ିହି:  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଦୁଡୁଗାଁରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳିଯିବା ସହିତ ୩ ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୧୦ ଗୋରୁ  ନିଆଁରେ ପୋଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି।  ଗତକଲି ବିଳମ୍ବିତ ରାତିରେ ଦୁଡୁଗାଁ ଗ୍ରାମର ନିରଞ୍ଜନ ଶଙ୍ଖୁଆ ଓ ରାଜେନ୍ଦ୍ର ଶଙ୍ଖୁଆଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା।  ଶୋଇଥିବା ଅବସ୍ଥାରେ ନିଆଁ ଲାଗିଯିବାରୁ ପରିବାର ଲୋକେ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇ ଆସି  ଜୀବନ ବଞ୍ଚାଇଥିଲେ।

ମାତ୍ର ଗୁହାଳେ ବନ୍ଧା ହୋଇଥିବା ଗୋରୁଗାଈଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରି ନଥିଲେ। ଗାଁ ଲୋକେ  ନିଆଁକୁ ଆୟତ୍ତ କରିଥିବାବେଳେ ଦମକଳ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇଥିଲା।  ଖବରପାଇ ହାଟଡିହିର ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ, ସମଣାର ରାଜସ୍ୱ ନିରୀକ୍ଷକ ରାଜକିଶୋର ଜେନା  ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ସେମାନଙ୍କୁ ପଲିଥିନ ଯୋଗାଇ ଦେଇଛନ୍ତି। ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ କାଣ୍ଡି ପହଞ୍ଚି ବିପନ୍ନ ପରିବାରଙ୍କ ସହ ଆଲୋଚନା କରି ସେମାନଙ୍କୁ ଚୁଡା, ଚିନି, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ମରୈଗାଁ ପ୍ରାଣୀ ଚିକିତ୍ସାଳୟର ଡାକ୍ତର ପହଞ୍ଚି ଆହତ ଓ ଗୁରୁତର ଥିବା ଗାଈଗୋରୁଙ୍କ ଚିକିତ୍ସା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe