ଗୁହାଳିରେ ଅଗ୍ନିକାଣ୍ଡ, ୩ ବଖରା ଜଳିଗଲା

Advertisment
ଗୁହାଳିରେ ଅଗ୍ନିକାଣ୍ଡ, ୩ ବଖରା ଜଳିଗଲା

ସିଂହପୁର: ବିଂଝାରପୁର ବ୍ଲକ୍‌ ତଥା ତହସିଲ ଅନ୍ତର୍ଗତ ରାହସ ଗୁହାଳି ଗ୍ରାମର ସୁରେଶ ସାମଲ, ରାଜେନ୍ଦ୍ର ସାମଲ ଓ ସତ୍ୟବ୍ରତ ସାମଲଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ତ ଘଟି ୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ପରିବାର ଲୋକେ ଶୋଇଥିବା ବେଳେ ବିଦ୍ୟୁତ ସଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ତ ଘଟିଥିବା ସନ୍ଦେହ କରାଯାଉଛି।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଝିଅ ବାହାଘର ପାଇଁ ରଖିଥିବା ବିଭିନ୍ନ ଜିନିଷ ସହ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ତରେ ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ରାଜସ୍ବ ବିଭାଗ କର୍ମଚାରୀ କ୍ଷୟକ୍ଷତି ଆକଳନ କରିବା ସହ ୩ଟି ପାଲ ଦେଇଛନ୍ତି। ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe