ଖଳାଶୁଣୀ ଜଙ୍ଗଲରୁ ୩ ଶିକାରୀ ଗିରଫ, ଦେଶୀ ବନ୍ଧୁକ ଓ ଗୁଳି ଜବତ

ଖଳାଶୁଣୀ ଜଙ୍ଗଲରୁ ୩ ଶିକାରୀ ଗିରଫ, ଦେଶୀ ବନ୍ଧୁକ ଓ ଗୁଳି ଜବତ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ଖଳାଶୁଣୀ ଜଙ୍ଗଲରୁ ବୁଧବାର ଶିକାର ପାଇଁ ବୁଲୁଥିବା ୩ ଜଣ ଶିକାରୀଙ୍କୁ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀମାନେ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଓ ଗୁଳି ଜବତ କରିଛନ୍ତି।

ପ୍ରାପ୍ତ ସୂଚନାନୁସାରେ କିସିଣ୍ଡା ଖଳାଶୁଣୀ ବନ୍ୟ ପ୍ରାଣୀ ରେଞ୍ଜର ରବିନ୍ କିସ୍କୋ, ଫରେଷ୍ଟର ଅନୁ ଖସେର୍ଲ, ଫରେଷ୍ଟଗାର୍ଡ ପଦ୍ମଲୋଚନ ବଡ଼ଗୋଛିଆ, ଝରଣା ପ୍ରଧାନ, ସୁଦୀପ୍ ପଟେଲ ପ୍ରମୁଖ ଆଜି ସକାଳ ପ୍ରାୟ ୯ଟାରେ ଭୁଲୁକି ଗାଁ ନିକଟସ୍ଥ ଖଳାଶୁଣୀ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ୩ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ଧରିଥିଲେ। ଯାଞ୍ଚ ବେଳେ ସେମାନେ ଶିକାରୀ ବୋଲି ଜଣାପଡ଼ିବା ସହ ସେମାନଙ୍କ ନିକଟରୁ ଏକ ବନ୍ଧୁକ, ଗୁଳି, ୨ଟି ଟାଙ୍ଗିଆ, ୨ଟି ଲାଇଟ୍‌ ଓ ଦିଆସିଲି ଆଦି ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇ ରେଞ୍ଜ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଭୁଲିକି ଗ୍ରାମର ଗୋକୁଳ ସମର୍ଥା (୩୭), ସୁରେଶ ପ୍ରଧାନ (୩୦) ଓ ତରୁଣ ନାଏକ (୨୨)। ଏ ନେଇ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ସନ୍ଧ୍ୟାରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe