ତିନି ପ୍ରମୁଖ ସଚିବ ମୁଖ୍ୟ ସଚିବ ପାହ୍ୟାକୁ ଗଲେ

Advertisment
ପ୍ରକାଶ ପାଇଲା ବିଜ୍ଞପ୍ତି: ଗଠନ ହେବ ଐତିହ୍ୟ କ୍ୟାବିନେଟ୍‌, ମୁଖ୍ୟମନ୍ତ୍ରୀଙ୍କ ସମେତ ସାମିଲ ହେବେ ୮ ମନ୍ତ୍ରୀ

ଭୁବନେଶ୍ୱର : ୧୯୮୭ ବ୍ୟାଚ୍‌ ଆଇଏଏସ୍‌ ଅଫିସରଙ୍କୁ ଆଜି ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଗତକାଲି ପଦୋନ୍ନତି କମିଟି ଦେଇଥିବା ସୁପାରିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ସଂପୃକ୍ତ ଅଧିକାରୀମାନେ ମୁଖ୍ୟ ସଚିବ ପାହ୍ୟାକୁ ଉନ୍ନୀତ ହୋଇଥିଲେ ହେଁ ପୂର୍ବ ଭଳି ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବେ।

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ତୁହିନ କାନ୍ତ ପାଣ୍ଡେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ ରାଜେଶ ବର୍ମା ଓ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ରାଜ କୁମାର ଶର୍ମା କାର୍ଯ୍ୟ କରିବେ। କେନ୍ଦ୍ରୀୟ ଡେପୁଟେସନରେ ଥିବା କାରଣରୁ ନିକୁଞ୍ଜ ସୁନ୍ଦରାୟଙ୍କୁ ପ୍ରୋଫର୍ମା ପ୍ରମୋସନ ଦିଆଯିବ। ଏମାନଙ୍କୁ ଲକ୍ଷ୍ୟ କରି ସରକାର ଗତ ସପ୍ତାହରେ ମୁଖ୍ୟ ସଚିବପାହ୍ୟାରେ ଆଉ ତିନିଟି ପଦବି ସୃଷ୍ଟି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe