ପୁରୀ କଂଗ୍ରେସ କାର୍ଯ୍ୟାଳୟରେ ପଶି ସଂଘବଦ୍ଧ ଆକ୍ରମଣ : ୩ ଯୁବନେତା ଗୁରୁତର, ଥାନାରେ ମାମଲା

Advertisment

ଘଟଣାର ନିନ୍ଦା କଲେ ପିସିସି ସଭାପତି, ଜିତେନ୍ଦ୍ର ସିଂହ

ଘଟଣାର ନିନ୍ଦା କଲେ ପିସିସି ସଭାପତି, ଜିତେନ୍ଦ୍ର ସିଂହ

ପୁରୀ କଂଗ୍ରେସ କାର୍ଯ୍ୟାଳୟରେ ପଶି ସଂଘବଦ୍ଧ ଆକ୍ରମଣ : ୩ ଯୁବନେତା ଗୁରୁତର, ଥାନାରେ ମାମଲା

ପୁରୀ : ଭିଆଇପି ରୋଡ୍‌ସ୍ଥିତ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ସାଂଗଠନିକ ବୈଠକ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। କିଛି ଯୁବକ ଅତର୍କିତ ଭାବେ କଂଗ୍ରେସ କାର୍ଯ୍ୟାଳୟ ଭିତରକୁ ପଶି ଜଣେ ଯୁବ ନେତ‌ା ସ୍ବପ୍ନଜିତ୍‌( ଚିକୁ)ଙ୍କୁ ଆକ୍ରମଣ କରିଛନ୍ତି। ପ୍ରତିବାଦ କରିବାରୁ ଅନ୍ୟ ୨ ଯୁବନେତା ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମୁଣ୍ଡ‌ରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହୋଇଛି। ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକା‌ଲ୍‌ ଓ ପରେ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଆଜି ଅପରାହ୍ନ ୩.୩୦ ଟାବେଳେ ଏହି ଘଟଣା ଘଟିଥିଲା। ସେହ ସମୟରେ ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ବୈଠକ ଚାଲିଥିଲା। ହଠାତ୍‌ ପ୍ରାୟ ୩୦ରୁ ଅଧିକ ଯୁବକ ପଶିଆସି ସ୍ବପ୍ନଜିତ୍‌ଙ୍କୁ ଗାଳିଗୁଲଜ ଆରମ୍ଭ କରିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ଓ ଆଶୁତୋଷ ମିଶ୍ର ମଧ୍ୟ ପ୍ରତିବାଦ କରିଥିଲେ। ମାତ୍ର, ସେମାନେ ମଧ୍ୟ ଆକ୍ରମଣରୁ ବାଦ୍‌ ପଡ଼ିନଥିଲେ।

publive-image

ଏହି ଆକ୍ରମଣରେ ୩ ଯୁବନେତା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ଡ‌ରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହୋଇଛି। ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକା‌ଲ୍‌ ଓ ପରେ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ କୁମ୍ଭାରପଡ଼‌ା ଥାନାରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ପାଇଁ ଆସିଥିବା ଜଣେ ଯୁବକକୁ କଂଗ୍ରେସ ଅଫିସ୍‌ ସମ୍ମୁଖରୁ ପୁଲିସ ଧରିବା ସହ ଅଟକ ରଖି ପଚରାଉଚୁରା କରୁଛି।

ଜିଲ୍ଲା କଂଗ୍ରେସର ସାଂଗଠନିକ ବୈଠକରେ ଏ ପ୍ରକାର ଗ‌ଣ୍ଡଗୋଳକୁ ସାଧାରଣରେ ଦୃଢ଼ ନିନ୍ଦା କରାଯାଇଛି। ବୈଠକରେ ‌ଯୋଗ ଦେବାକୁ ଆସିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, ଯଦି ଆକ୍ରମଣକାରୀ କଂଗ୍ରେସ ଦଳର ‌ହୋଇଥା’ନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ଘଟଣାର ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରାଜନୈତିକ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe