୨ ବାଇକ୍‌ ଧକ୍କା, ୩ ଗୁରୁତର

୨ ବାଇକ୍‌ ଧକ୍କା, ୩ ଗୁରୁତର

Photo by : punjabtribune.com

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଂଘିରା କୋୟ ନାଳ ନିକଟରେ ଆଜି ସଂଧ୍ୟାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୩ ଜଣ ଆରୋହୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଡାକ୍ତରଖାନା ଆଣିଥିଲେ। ଅବସ୍ଥା ସଂକଟଜନକ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଡାକ୍ତରଖାନାକୁ ପଠାଯାଇଛି। ଆହତମାନଙ୍କ ପରିଚୟ ଜଣା ପଡି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe