ହାତୀ ଆକ୍ରମଣରେ ୩ ଆହତ

Advertisment
ହାତୀ ଆକ୍ରମଣରେ ୩ ଆହତ

ଢେଙ୍କାନାଳ : ଆଜି ସକାଳେ ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ କୋରିଆଁ ଅଞ୍ଚଳରେ ଏକ ଦନ୍ତାହାତୀର ଆତଙ୍କ ଦେଖିବାକୁ ମିଳିଛି। ଏହି ଦନ୍ତାହାତୀର ଆକ୍ରମଣରେ ବାପ, ଝିଅଙ୍କ ସମେତ ୩ ଜଣଙ୍କୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ରହିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କୋରିଆଁ ଅଞ୍ଚଳର ଅଭୟ ମଲ୍ଲିକ(୩୩) ତାଙ୍କର ୩ ବର୍ଷର ଝିଅ ସୁପ୍ରିୟାଙ୍କୁ ନେଇ ସକାଳ ସାଢେ ୬ଟାବେଳେ ନିକଟବର୍ତୀ ଟିଉସନ କେନ୍ଦ୍ରକୁ ଯାଉଥିଲେ। କୋରିଆଁ ଦଳିତସାହି ପୋଖରୀଠାରେ ଏକ ଦନ୍ତାହାତୀ ବାପ,ଝିଅଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିଲେ। ଫଳରେ ଉଭୟ ଆହତ ହୋଇଥିଲେ। ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।

ସେହିପରି ନିକଟରେ ଥିବା ଶକ୍ତି ସୁଗାର କାରଖାନାକୁ ଆଖୁଟ୍ରକ୍‌ ଧରି ଆସିଥିବା ନୟାଗଡ଼ର ଶ୍ରୀଧର ନାଏକ ଦିନ ୧୦ଟାବେଳେ କାରଖାନା ନିକଟ କେନାଲକୁ ଶୌଚ ହେବାକୁ ଯାଇଥିଲେ। ସେଠାରେ ଦନ୍ତହାତୀ ତାଙ୍କ ପେଟରେ ଦାନ୍ତ ପୂରାଇ ଟେକି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌େର ଭର୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe