ମହୁମାଛି ଆକ୍ରମଣରେ ୩ ଗୁରୁତର

Advertisment
ମହୁମାଛି ଆକ୍ରମଣରେ ୩ ଗୁରୁତର

ନନ୍ଦପୁର : ମହୁମାଛି ଆକ୍ରମଣରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ସେମିଳିପୁଟ ଓ ସର୍ବାପୁଟ ଗ୍ରାମର ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଜଣେ ଯୁବତୀଙ୍କୁ ନନ୍ଦପୁର ଓ ଅନ୍ୟ ୨ଜଣ ମହିଳାଙ୍କୁ କୋରାପୁଟ ମେଡିକାଲରେ ଭର୍ତି କରାଯାଇଛି।

ସୂଚନା ଅନୁଯାୟୀ, ଖୁର୍ଜୀ ପଞ୍ଚାୟତ ଅନ୍ତର୍ଗତ ସେମିଳିପୁଟ ଗ୍ରାମର ପଦଲାମ ଖିନବୁଡି ନିଜ ପରିବାର ଲୋକଙ୍କ ସହ ଆଜି ନିକଟସ୍ଥ ଚାଷ ଜମିକୁ ଯାଇ ମାଣ୍ଡିଆ ଫସଲ ଗଦା କରୁଥିଲେ। ଏହି ସମୟରେ କିଛି ମହୁମାଛି ଗୋଡାଇ ଗୋଡାଇ ପଦଲାମ ଓ ତାଙ୍କ ଝିିଅ ବବିତାଙ୍କୁ କାମୁଡିଥିଲେ। ପଦଲାମ ଜମି ମଧ୍ୟରେ ଶୋଇ ପଡିବାରୁ ମହୁମାଛି ଆକ୍ରମଣରୁ ବର୍ତି ଯାଇଥିଲେ। କିନ୍ତୁ ମହୁମାଛି ଗୁଡିକ ବବିତାଙ୍କୁ କାମୁଡିବାରୁ ସେ ଗୁରୁତର ହୋଇଥିଲେ। ବବିତାଙ୍କ ପାଟି ‌ଶୁଣି ଏହି ରାସ୍ତାରେ ଯାଉଥିବା ଖୁର୍ଜୀ ପଞ୍ଚାୟତର ପିଇଓ ପ୍ରମୋଦ କୁମାର ମହାପାତ୍ର ଓ ବ୍ଲକ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ। ବବିତାଙ୍କ ମୁହଁ ସାରା ମହୁମାଛି କାମୁଡି ଦେଇଥିବାରୁ ସଙ୍ଗେସଙ୍ଗେ ବ୍ଲକ ଗାଡିରେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସେହିପରି ହିକିମପୁଟ ପଞ୍ଚାୟତ ଅନ୍ତର୍ଗତ ସର୍ବାପୁଟ ଗ୍ରାମର ପୁଷ୍ପାଞ୍ଜଳି ଖେମୁଣ୍ଡୁ(୨୦) ଓ ଶୁଭ ଖେମୁଣ୍ଡୁ(୩୫) ଆଜି ଗାଁ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାାଇଥିଲେ। ଏହି ସମୟରେ ହଠାତ୍ ଏହି ୨ଜଣ ମହିଳାଙ୍କୁ ମହୁମାଛି ଅତର୍କିତ ଆକ୍ରମଣ କରିଥିଲେ। ମହୁମାଛିି ଆକ୍ରମଣରେ ଉଭୟ ଗୁରୁତର ହେବାରୁ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ୧୦୮ ଆମ୍ବୁଲାନ୍‌ସ ଯୋଗେ ଉଭୟଙ୍କୁ କୋରାପୁଟ ଏସଏଲଏନ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe