ପଦ୍ମପୁର : ହାତୀ ଆକ୍ରମଣରେ ୪ ମୃତ

ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ: ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବଢ଼ିଲା

image source-sentinelassam.com

ପଦ୍ମପୁର : ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ହାତୀ ଆକ୍ରମଣରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ରକ୍ତମୁଖା ହାତୀକୁ ଘଉଡାଇବାକୁ ପଦ୍ମପୁର ବନ ବିଭାଗ ପକ୍ଷରୁ ଜୋରଦାର୍‌ ଉଦ୍ୟମ ଚାଲିଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ ପଦ୍ମପୁର ସହର ଅନ୍ତର୍ଗତ ବିଜେନମୁଣ୍ଡାରେ ଏହି ଦୁଃଖଦ ଘଟଣା ଘଟିଛି। ରାତିରେ ହାତୀଟି ଉକ୍ତ ସାହିରେ ପଶି ଶୋଇଥିବା ବେଳେ ଜଣେ ୭୫ ବର୍ଷୀୟ ବୃଦ୍ଧ(ଦ୍ବାରିକାନାଥ ପାଣ୍ଡେ)  ଦଳି ମାରିଦେଇଥିବା ବେଳେ ଭୋର ସମୟରେ ଶୌଚ ହେବାକୁ ଯାଇଥିବା ଅନ୍ୟତିନି ଜଣଙ୍କୁ ମଧ୍ୟ ହାତୀ କଚାଡି ମାରିଦେଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଦ୍ବାରିକାନାଥ ପାଣ୍ଡେଙ୍କ ପୁଅ ଗୋଲେଇ ପାଣ୍ଡେ। ତାଙ୍କର  ବୟସ ୪୫ ବର୍ଷ ।ଦ୍ବାରିକାନାଥଙ୍କ ନାତି ପିଣ୍ଟୁ (୧୨)  ଓ ବିଜେନମୁଣ୍ଡା ଗାଁର ହେମସାଗର ସାହୁ(୫୦)ଙ୍କୁ ବି ହାତୀ ଦଳି ଦେଇଛି।  ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନରହନ୍ତା ହାତୀକୁ ଘଉଡାଇବାକୁ ପଦ୍ମପୁର ବନ ବିଭାଗ ପକ୍ଷରୁ ଜୋରଦାର୍‌ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe