ନବରଙ୍ଗପୁର : ବଜ୍ରପାତରେ ୨ ଭାଇ ସମେତ ୩ ନାବାଳକ ମୃତ

ବଜ୍ରାଘାତ‌: ଭଞ୍ଜନଗରରେ ଜଗୁଆଳ ସମେତ ଦୁଇ ଗାଈ ମୃତ, ଆଠଗଡ଼ରେ ଜଣେ ମୃତ ଓ ୩ ଗୁରୁତର

NEWS10 ABC

ନବରଙ୍ଗପୁର : ନବରଙ୍ଗପୁର ଥାନା ଅନ୍ତର୍ଗତ ଚଟାହାଣ୍ଡି ପଞ୍ଚାୟତର ବାଉଁସିଆଗୁଡ଼ା ଗାଁରେ ବ୍ରଜ୍ରପାତରେ ତିନିଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଦୁଇଭାଇ ରହିଛନ୍ତି। ମୃତକମାନେ ହେଲେ ମୋତିରାମ ବିନ୍ଧାଣୀ(୧୪), ଲଳିତ ବିନ୍ଧାଣୀ (୧୬) ଓ କଦମ ହରିଜନ(୧୬)। ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା। ଏହି ୩ଜଣ ନାବାଳକ ଶୌଚ ହେବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେମାନେ ଫେରିବା ବେଳେ ବଜ୍ରାପାତରେ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ୩ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ନବରଙ୍ଗପୁର ଡାକ୍ତରଖାନାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe