ଖାଉଟିଙ୍କ ପାଇଁ ଭଲ ଖବର: ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇବେ ଗ୍ରାହକ

Advertisment
ଖାଉଟିଙ୍କ ପାଇଁ ଭଲ ଖବର: ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇବେ ଗ୍ରାହକ

ଭୁବନେଶ୍ୱର: ରାଜ୍ୟରେ ଆଳୁ ସଙ୍କଟ ଭିତରେ ଖାଉଟିଙ୍କ ପାଇଁ ଭଲ ଖବର। ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇବେ ଗ୍ରାହକ। ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲରମାନଙ୍କୁ ଆଳୁ ଦେବା ଆରମ୍ଭ ହୋଇଛି। ସେମାନେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଆଳୁ ବିକ୍ରି କରିବେ। ଏଥିପାଇଁ ଆଳୁ ଭର୍ତ୍ତି ଟ୍ରକ ଆଇଗଣିଆ ଗୋଦାମରୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି । ୩ କିଲୋକୁ ୧୦୦ ଟଙ୍କା ଦରରେ ଗ୍ରାହକମାନେ ଆଳୁ ପାଇପାରିବେ । ଆଳୁ ସଙ୍କଟ ଭିତରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe