କ୍ରୀଡ଼ାରତ ୩ ଅହିରାଜ ଉଦ୍ଧାର, ନୂଆବସ୍ତ୍ର ବିଛାଇଲେ ସ୍ଥାନୀୟ ଲୋକେ

Advertisment
କ୍ରୀଡ଼ାରତ ୩ ଅହିରାଜ ଉଦ୍ଧାର, ନୂଆବସ୍ତ୍ର ବିଛାଇଲେ ସ୍ଥାନୀୟ ଲୋକେ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଗ୍ରାମରୁ ଶନିବାର ୩ଟି ଅହିରାଜ ସାପ ଉଦ୍ଧାର କରାଯାଇଛି। ଏଥିରୁ ଦୁଇଟି ଅହିରାଜର ଲମ୍ବ ୧୫ ଫୁଟ ଓ ୧୨ଫୁଟ ଥିଲା। ଅହିରାଜ ସାପ ୩ଟିକୁ ଉଦ୍ଧାର କରାଯିବା ପରେ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳର ଅଭୟାରଣ୍ୟରେ ଛଡ଼ାଯାଇଥିବା ଜଣାପଡିଛି। ଏଖବର ପ୍ରଘଟ ହେବାପରେ ସାଧାରଣରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରାପ୍ତ ସୂଚନା ମତେ ଧୁଙ୍ଗିଆମୁଣ୍ଡା ଜଙ୍ଗଲ ପାର୍ଶ୍ଵରେ ଶନିବାର ସକାଳେ ୨ଟି ଅହିରାଜ ସାପ କ୍ରୀଡାରତ ଥିବା ଦେଖି କିଛି ଲୋକ ନୂଆଁବସ୍ତ୍ର ନେଇ ଆଖପାଖରେ ବିଛାଇବାକୁ ଉଦ୍ୟମ କରିଥିଲେ। ଲୋକମାନଙ୍କୁ ଦେଖି ସାପଗୁଡ଼ିକ ନିକଟରେ ଥିବା ଏକ ପଥର ଖୋଲ ଭିତରକୁ ପଶିଯାଇଥିଲେ। ସ୍ଥାନୀୟ ଲୋକଙ୍କର ଠାରୁ ଏହି ଖବର ପାଇ ସ୍ନେକ ହେଲ୍‌ପଲାଇନର ସଦସ୍ୟ ଅରୁଣ ମେଣ୍ଡିଲି ଏବଂ ଅନ୍ୟ ସଦସ୍ୟ ମାନେ ସେଠାରେ ପହଞ୍ଚି ଅକ୍ଲାନ୍ତ ପରିଶ୍ରମ କରି ସାପଗୁଡ଼ିକ ଉଦ୍ଧାର କରିଥିଲେ। ସାପଗୁଡ଼ିକୁ ନେଇ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ସଂରକ୍ଷିତ ଅଭୟାରଣ୍ୟରେ ଛାଡିଥିବା ଜଣାଯାଇଛି। ଏହି ଅହିରାଜ ଛଡ଼ାଯିବା ସମୟରେ ସ୍ଥାନୀୟ ବନ ବିଭାଗ ଓ ବନ୍ୟପ୍ରାଣୀ ବିଭାଗୀୟ କର୍ମଚାରୀଗଣ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe