ତେଲେଙ୍ଗାନାରେ ୩ ଦାଦନ ଶ୍ରମିକଙ୍କ ମୃତ୍ୟୁ: ଗଛ ଲଗାଉଥିବା ବେଳେ ପଛରୁ ଧକ୍କା ଦେଲା ଟାଟା ଏସି

ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ବକଡ଼ାବେଡ଼ା ଗ୍ରାମର ୩ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ଶ୍ରମିକମାନେ ହେଲେ ଜୟରାମ ଭତ୍ରା (୫୬), ନାରାୟଣ ଭତ୍ରା (୨୦) ଓ ଚେତମନ ଭତ୍ରା (୨୧)।

Dead

ଉମରକୋଟ: ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ବକଡ଼ାବେଡ଼ା ଗ୍ରାମର ୩ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ଶ୍ରମିକମାନେ ହେଲେ ଜୟରାମ ଭତ୍ରା (୫୬), ନାରାୟଣ ଭତ୍ରା (୨୦) ଓ ଚେତମନ ଭତ୍ରା (୨୧)। ଗତ କିଛି ଦିନ ତଳେ ବକଡ଼ାବେଡ଼ା ଗ୍ରାମର ୧୪ ଶ୍ରମିକ ଦଲାଲ ସହାୟତାରେ ଦାଦନ ଖଟିବାକୁ ଯାଇଥିଲେ। ତେଲେଙ୍ଗାନା ରାଜ୍ୟ କିସାରା ଥାନା ସିକେନ୍ଦର କମମ ଅଞ୍ଚଳରେ ରାସ୍ତା ପାର୍ଶ୍ୱରେ ଗଛ ଲଗାଇବା କାର୍ଯ୍ୟରେ ସେମାନେ ନିୟୋଜିତ ଥିଲେ।

ସୋମବାର ଗଛ ଲଗାଉଥିବା ସମୟରେ ପଛ ପଟୁ ଏକ ଟାଟାଏସି ଗାଡ଼ି (ଟିଜି୦୮ଟି-୨୪୯୬) ଧକ୍କା ଦେବାରୁ ଜୟରାମ, ନାରାୟଣ, ଚେତମନଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୁଲିସ ଜବତ କରିବା ସହିତ ଶ୍ରମିକଙ୍କ ମୃତଦେହ ବ୍ୟବଚ୍ଛେଦ କରାଇଥିଲା। ଅନ୍ୟ ୧୧ ଶ୍ରମିକ ଏକ ଆମ୍ବୁଲାନ୍ସରେ ୩ ଶ୍ରମିକଙ୍କ ମୃତଦେହକୁ ନେଇ ବକଡବେଡ଼ା ଗ୍ରାମ ଅଭିମୁଖେ ବାହାରିଛନ୍ତି। ମଙ୍ଗଳବାର ଭୋରରେ ମୃତଦେହ ପହଞ୍ଚିବ ବୋଲି ମୃତ ଜୟରାମ ଭତ୍ରାଙ୍କ ପୁଅ ଶୈନ୍ଦ୍ର ଭତ୍ରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe