କେନ୍ଦୁଝର: ଭୂତ ମନ୍ଦିର ନାଁରେ ୩ ଲକ୍ଷ ଚଳୁ

କେନ୍ଦୁଝର: ଭୂତ ମନ୍ଦିର ନାଁରେ ୩ ଲକ୍ଷ ଚଳୁ

livemint.com

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନହବେଡା ପଞ୍ଚାୟତ କାଞ୍ଜିପାଣି ଗ୍ରାମରେ କୌଣସି ଶିବ ମନ୍ଦିର ନାହିଁ । ହେଲେ ଶିବ ମନ୍ଦିର ନାମରେ ପ୍ରାୟ ୩ ଲକ୍ଷ ଟଙ୍କା ବିଲ୍ କରାଯାଇଛି। ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ହେଲା, ୨୦୨୧ ମସିହାରେ ଚତୁର୍ଥ ଷ୍ଟଟ ଫାଇନାନ୍ସ ସ୍କିମ, ଭାଉଚର ନଂ ୪ଟିଏଚଏସଏଫସି/ ୨୦୨୧-୨୨/ ପି/ ୧, ତାରିଖ ୪ ସେପ୍ଟେମ୍ବର ୨୦୨୧ ମସିହାରେ ୩ ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟ ହୋଇଛି। ଏହାର ବିଲ ମଧ୍ୟ ହୋଇଛି। ଗ୍ରାମରେ ଥିବା ଶିବା ବନ୍ଧର ଉନ୍ନୟନ କାର୍ଯ୍ୟ ପାଇଁ ମଧ୍ୟ ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ବହୁ ନିମ୍ନମାନର ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏ ସଂପର୍କରେ ସେମାନେ ବିଡିଓଙ୍କୁ ମଧ୍ୟ ଅବଗତ କରିଥିଲେ। ହେଲେ କିଛି ସୁଫଳ ମିଳି ନାହିଁ। ପିଓ ଭଗବାନ ସାହୁଙ୍କ ଏ ସଂପର୍କରେ ଆଜି ପଚାରିବାରୁ ଶିବା ବନ୍ଧ ନାମ ଭୁଲରେ ଶିବ ମନ୍ଦିର ହୋଇଯାଇଛି। ଆଉ ସମସ୍ତ ପେମେଣ୍ଟ ଅନ ଲାଇନରେ ହୋଇଛି ବୋଲି ସେ ସଫେଇ ଦେଇଛନ୍ତି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe