ଜାଲ୍‌ ଦସ୍ତଖତରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଆତ୍ମସାତ!

Advertisment
ଜାଲ୍‌ ଦସ୍ତଖତରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଆତ୍ମସାତ!

patrika.com

ବାରିପଦା: ମିସନ ଶକ୍ତି ଘର ନିର୍ମାଣ କାମ ପାଇଁ ସଦସ୍ୟାଙ୍କ ନାଁରେ ଜାଲ୍‌ ଦସ୍ତଖତ କରି ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ନେଇ ମା’ ଦ୍ବାରଶୁଣୀ ମହିଳା ମହାସଂଘ ସଭାନେତ୍ରୀଙ୍କ ନାଁରେ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ମହାସଂଘର ସଦସ୍ୟାମାନେ ଅଭିଯୋଗ କରିଥିବା ବେଳେ ଆଜି ପୌର ପରିଷଦ ପକ୍ଷରୁ ସଭାନେତ୍ରୀ ଛବି ପରିଡାଙ୍କ ନାଁରେ ଏତଲା ଦିଆଯିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ ୭ ନମ୍ବର ୱାର୍ଡ ମଧୁବନରେ ୭ ଲକ୍ଷ ଟଙ୍କା ବ୍ୟୟରେ ଏକ ମିସନ ଶକ୍ତି ଗୃହ ନିର୍ମାଣ ଚାଲିଛି। ପ୍ରଥମ ବିଲ୍ ବାବଦକୁ ୩ ଲକ୍ଷ ୮୨ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇବାର ଥିଲା।

ଏଥି ନିମନ୍ତେ ମହାସଂଘ ଅଧୀନରେ ଥିବା ୧୦ ସ୍ବୟଂସହାୟକ ଗୋଷ୍ଠୀ ସଭ‌ାନେତ୍ରୀ ଓ ସମ୍ପାଦିକାଙ୍କ ସହମତି ଦସ୍ତଖତ ରହିବା ବାଧ୍ୟତାମୂଳକ। ହେଲେ ମହାସଂଘର ସଭାନେତ୍ରୀ ଛବି ପରିଡ଼ା ମାତ୍ର ୨-୩ଟି ଗୋଷ୍ଠୀର ସଭାନେତ୍ରୀ ଓ ଓ ସମ୍ପାଦିକାଙ୍କ ଦସ୍ତଖତ ନେଇ ଅନ୍ୟମାନଙ୍କ ଦସ୍ତଖତ ଜାଲ୍‌ କରି ବ୍ୟାଙ୍କରୁ ଟଙ୍କା ଉଠାଇଛନ୍ତି। ଏହି ଟଙ୍କା ସେ ନିଜେ ସଭାନେତ୍ରୀ ଥିବା ଗୋଷ୍ଠୀର ଆକାଉଣ୍ଟକୁ ଟ୍ରାନ୍ସଫର କରି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏ ନେଇ ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଓ ଟାଉନ ଥାନାରେ ଲଖିତ ଭାବେ ଜଣାଇଥିଲେ ଗୋଷ୍ଠୀର ସଦସ୍ୟା। ଆଜି ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶମ‌ତେ କର୍ମଚାରୀ ମନୋରଂଜନ ପାଣିଗ୍ରାହୀ ଟାଉନ ଥାନାରେ ଛବି ପରିଡ଼ାଙ୍କ ନାଁରେ ଟଙ୍କା ଆତ୍ମସାତ କରିବା ନେଇ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe