Image Courtesy of The Indian Express
ଭୁବନେଶ୍ବର : ଶନିବାର ଗୋଟିଏ ଦିନରେ ବନ୍ୟାରେ ପ୍ରଭାବିତ ୩ ଲକ୍ଷ ୭୧ ହଜାର ୭୬୬ ପ୍ରାଣୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଏଥିରେ ୨ ଲକ୍ଷ ୫୨ ହଜାର ୬୪୭ ବଡ଼ ପଶୁ ଏବଂ ୧ ଲକ୍ଷ ୧୯ ହଜାର ୧୧୯ ଛୋଟ ପଶୁ ରହିଥିବା ମତ୍ସ୍ୟ ଏବଂ ପଶୁପାଳନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରାଣୀଧନ ସୁରକ୍ଷା ଏବଂ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଗତ୧୬ ତାରିଖରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷକୁ କାର୍ଯ୍ୟକ୍ଷମ କରାଯାଇଛି। ଏଥିରେ ୦୬୭୪-୨୩୯୩୯୫୮କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
ନିୟନ୍ତ୍ରଣ କକ୍ଷର ସୂଚନା ଅନୁସାରେ, ବନ୍ୟାରେ ୧୬ ଜିଲ୍ଲାର ପ୍ରାଣୀ ସମ୍ପଦ ପ୍ରଭାବିତ ହୋଇଛନ୍ତି। ଏଥିରେ କଟକରେ ସର୍ବାଧିକ ୧ ଲକ୍ଷ ୧୮୫୦୧, ଭଦ୍ରକରେ ୪୨,୦୧୨, ଯାଜପୁରରେ ୨୯୮୧୮, ଜଗତସିଂହପୁରରେ ୨୭୨୬୧ ରହିଛନ୍ତି। ଏଥିସହିତ ବନ୍ୟାରେ ୨୯୦୦ ପ୍ରାଣୀଙ୍କ ମୃତ୍ୟୁ ହୋଇଛି।
ବଦଳିଲା କୃଷି ବିଭାଗ ନିୟନ୍ତ୍ରଣ କକ୍ଷର ନମ୍ବର ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ କୃଷି ବିଭାଗ ପକ୍ଷରୁ ମଧ୍ୟ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ପୂର୍ବରୁ ୦୬୭୪-୨୩୯୩୨୪୨ ଥିଲା। ଆଜି ଠାରୁ ଏହି ନମ୍ବର ବଦଳରେ ୦୬୭୪-୨୩୯୦୧୩୭ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
Follow Us