ଯୁକ୍ତ୨ ନାମଲେଖା: ୩ ଲକ୍ଷ ୭୫ ହଜାର ଆବେଦନ

Advertisment
ଯୁକ୍ତ୨ ନାମଲେଖା: ୩ ଲକ୍ଷ ୭୫ ହଜାର ଆବେଦନ

telegraphindia.com

ଭୁବ‌ନେଶ୍ବର: ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ରାତି ୧୧ଟା ସୁଦ୍ଧା ୪ ଲକ୍ଷ ୫ ହଜାର ୮୩୨ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ୩ ଲକ୍ଷ ୭୪ ହଜାର ୮୧୩ ଜଣ ନାମଲେଖା ଲାଗି ଅନ୍‌ଲାଇନ୍‌ରେ ଅବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୬୫ ହଜାର ୯୧୬ ଜଣ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିଥିବା ଜଣାପଡ଼ିଛି। ବୁଧବାର ଅପରାହ୍‌ଣ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ସିଏଏଫ୍‌ର ପ୍ରିଣ୍ଟ କପି ସହ ସମସ୍ତ ଡକ୍ୟୁମେଣ୍ଟ ସାମ୍‌ସ ରିସୋର୍ସ ସେଣ୍ଟର‌୍‌(ଏସ୍‌ଆରସି)ରେ ଦାଖଲ କରିପାରିବେ। ଜୁଲାଇ ୨ ତାରିଖ ଅପରାହ୍‌ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୩ରୁ ୬ ମଧ୍ୟରେ ନାମ ଲେଖାଇବେ। ଜୁଲାଇ ୧୨ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ତଲିକା ପ୍ରକାଶ ପାଇବ। ତାଲିକାରେ ପ୍ରକାଶ ପାଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୨ରୁ ୧୬ ମଧ୍ୟରେ ଅନୁଷ୍ଠିତ ହେବ। ଜୁଲାଇ ୨୪ରୁ ୨୬ ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe