ସରିଲା ପହଣ୍ଡି: ତିନି ରଥରେ ବିଜେ ହେଲେ ତିନି ଠାକୁର

Advertisment
ସରିଲା ପହଣ୍ଡି: ତିନି ରଥରେ ବିଜେ ହେଲେ ତିନି ଠାକୁର

ପୁରୀ: ତିନି ରଥରେ ବିଜେ ହେଲେ ତିନି ଠାକୁର। ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲା ଶ୍ରୀଜିଉ। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି କରାଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଥିଲେ ବଡ଼ଠାକୁର ବଳଭଦ୍ର। ତାପରେ ମା ସୁଭଦ୍ରା ଓ ଶେଷରେ ପ୍ରଭୁ ଜଗନ୍ନାଥ ରଥାରୂଢ ହୋଇଛନ୍ତି। ତାଳଧ୍ବଜରେ ବଡ଼ଠାକୁର, ଦର୍ପଦଳନରେ ମା' ସୁଭଦ୍ରା ବିରାଜିତ। ନନ୍ଦିଘୋଷ ରଥରେ ବିରାଜିଲେ ମହାପ୍ରଭୁ କଳିଆ ସାଆନ୍ତ। ବଡ଼ଦାଣ୍ଡରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ  ଭକ୍ତଙ୍କ ଭିଡ଼ ଜମିଛି।

ଏବେ ବି ଘଣ୍ଟଘଣ୍ଟାରେ କମ୍ପୁଛି ସିଂହଦ୍ୱାର, ବଡ଼ଦାଣ୍ଡ। ଲୋକାରଣ୍ୟ ବଡଦାଣ୍ଡ। ବଡ଼ଠାକୁର ଆସିବା ଶୁଣି କୃତାର୍ଥ ହୋଇଛନ୍ତି, ଭକ୍ତ, ବଡ଼ଦାଣ୍ଡ, ରଥ, ପଥ ସବୁକିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe