ମହାନଦୀରେ ଭାସିଗଲେ ୪ ଛାତ୍ର, ଜଣେ ଉଦ୍ଧାର: ୩ ନିଖୋଜ

ମହାନଦୀରେ ଭାସିଗଲେ ୪ ଛାତ୍ର, ଜଣେ ଉଦ୍ଧାର: ୩ ନିଖୋଜ

britanica

କଟକ: ମହାନଦୀରେ ଗାଧୋଉଥିବାବେଳେ ଗୁରୁବାର ଅପରାହ୍ନରେ ୪ଜଣ ଛାତ୍ର ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ପତ୍ତା ମିଳିନଥିବାବେଳେ ଜଣେ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି।

କଟକ ନୂଆ ବଜାର ପୋତାପୋଖରୀ ଅଞ୍ଚଳର ଉକ୍ତ ୪ଜଣ ଛାତ୍ର ସାଇକେଲରେ ଅପରାହ୍ନ ପ୍ରାୟ ୨ଟାରେ ଘରୁ ବାହାରି ସାଙ୍ଗ ହୋଇ ମହାନଦୀର ଭଦିମୂଳ ଘାଟରେ ପହଞ୍ଚିଥିଲେ। ସାଇକେଲ ରଖିବା ପରେ ସେମାନେ ନଦୀକୁ ଯାଇ ଗାଧୋଇଥିଲେ। ତେବେ ସମସ୍ତ ଛାତ୍ର ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ନପହଞ୍ଚିବାରୁ ସେମାନଙ୍କ ପରିବାର ଖୋଜିବାକୁ ଯାଇଥିଲେ। ହେଲେ ନପାଇବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଖୋଜାଖୋଦି କରି ଜଣେ ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିଶମ ବାହିନୀକୁ ଓଡ୍ରାଫ ଟିମ ବି ସହଯୋଗ କରିଥିଲେ। ଉଦ୍ଧାର ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଶୁକ୍ରବାର ସକାଳୁ ପୁଣି ଖୋଜାଖୋଜି ଆରମ୍ଭ ହେବ ବୋଲି ଜଣାପଡିଛି। ତେବେ ସେମାନଙ୍କ ପରିଚୟ ଜଣାପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe