ପୁରୀର ୧୩ ମଠକୁ ସଂପୂର୍ଣ୍ଣ ମାଗଣାରେ ଜମି ମିଳିବ

Advertisment
ପୁରୀର ୧୩ ମଠକୁ ସଂପୂର୍ଣ୍ଣ ମାଗଣାରେ ଜମି ମିଳିବ

ଭୁବନେଶ୍ବର : ଶ୍ରୀ ମନ୍ଦିରର ସୁରକ୍ଷା ବଳୟର ଉନ୍ନତି ପାଇଁ ରାଜ୍ୟ ସରକାର ମେଘନାଦ ପାଚେରୀର ଚତୁଃପାର୍ଶ୍ବର ୭୫ମିଟର ଦୂରତା ମଧ୍ୟରେ ଥିବା ବେସରକାରୀ ଜମି, ବାସଗୃହ, ଦୋକାନ, ମଠ, ଲଜ୍‌ ଆଦିକୁ ଅଧିଗ୍ରହଣ କରିଛନ୍ତି। ଏଥିରେ ଉଚ୍ଛେଦ ହୋଇଥିବା ୧୩ଟି ମଠକୁ ସଂପୂର୍ଣ୍ଣ ମାଗଣାରେ ଜମି ଯୋଗାଇ ଦେବାକୁ କ୍ୟାବିନେଟ୍ ମୋହର ବାଜିଛି। ରାଜ୍ୟ ସରକାରଙ୍କ ଦ୍ବାରା ଅନୁମୋଦିତ ହୋଇଥିବା ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଅନୁଯାୟୀ, ବିସ୍ଥାପିତ ହେଉଥିବା ମଠଗୁଡ଼ିକର ଥଇଥାନ ନିମନ୍ତେ ଉଦ୍ଦିଷ୍ଟ ୧ଏକର ୩୨୦ଡିସିମିଲ ସରକାରୀ ଜମିକୁ ବିନାଦେୟରେ ପ୍ରଦାନ କରାଯିବ। ଏହି ସରକାରୀ ଜମିକୁ ବିସ୍ଥାପିତ ହୋଇଥିବା ୧୩ଟି ମଠ ନାମରେ ପଞ୍ଜୀକରଣ କରିବା ନିମନ୍ତେ ଆବଶ୍ୟକୀୟ ଷ୍ଟାମ୍ପ ଦେୟ ଓ ରେଜିଷ୍ଟ୍ରେସନ ଫି’କୁ ମଧ୍ୟ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe