୩ କୋଟିରୁ ଅଧିକ ହିତାଧିକାରୀଙ୍କୁ ୩ମାସର ଆଗୁଆ ଚାଉଳ, ଗହମ

Advertisment
ଏନ୍‌ଏଫ୍‌ଏସ୍‌ଏରେ ୩.୭୬ କୋଟି ହିତାଧିକାରୀ ସାମିଲ

Mint

ଭୁବନେଶ୍ବର : କୋଭିଡ-୧୯ ପରିସ୍ଥିତିରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ୩.୩ କୋଟି ହିତାଧିକାରୀଙ୍କୁ ଏପ୍ରିଲ, ମେ ଓ ଜୁନ୍‌ ମାସ ପାଇଁ ୫.୬୫ଲକ୍ଷ ମେଟ୍ରିକ୍ ଟନ୍ ଅଗ୍ରୀମ ଚାଉଳ ଓ ଗହମ ଯୋଗାଇ ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୧୮୪୭୫୦୫ ପରିବାରକୁ ୧ହଜାର ଟଙ୍କା ହିସାବରେ ୧୮୪.୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥ ରାଶି ପ୍ରଦାନରେ ୩୬୦୨୦ ନୂତନ ‌ଯୋଗ୍ୟ ହିତାଧିକାରୀ ସାମିଲ ହୋଇଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥା‌ରେ ରାଜ୍ୟର ୧୨୩୫୬ଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୩୧୯୦୩୫୨ ପରିବାରକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି। ଆଜି ସାମ୍ବାଦିକ ସମ୍ମିଳନୀରେ ସରକାର ଏହି ସୂଚନା ଦେଇଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ସାମାଜିକ ଦୂରତ୍ବ ନିୟମ କଡ଼ାକଡ଼ି ପାଳନ କରାଯାଉଛି। ଭିନ୍ନକ୍ଷମ ଓ ବୟସ୍କ ନାଗରିକଙ୍କ ଘରେ ରାସନ ସାମଗ୍ରୀ ପହଞ୍ଚାଇ ଦିଆଯାଉଛି। ଦରଦାମ ନିୟନ୍ତ୍ରଣ ପାଇଁ ଦୋକାନଗୁଡ଼ିକ ନିୟମିତ ଯାଞ୍ଚ ଓ ତଦାରଖ କରାଯାଉଛି। ରନ୍ଧନ ଗ୍ୟାସ୍‌ର ବିତରଣ ଓ ପୋଟ୍ରାଲ ପମ୍ପରେ ବିକ୍ରିବଟା ସଂପୂର୍ଣ୍ଣ ସ୍ବାଭାବିକ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୬୫ହଜାର ଅତିଥି ଶ୍ରମଜୀବୀଙ୍କୁ ୧୯୪୮ଟି ଶିବିରରେ ଜରିଆରେ ଖାଇବା, ରହିବା ସୁବିଧା ଯୋଗାଇ ଦିଆଯାଇଛି। ଏହିସବୁ ଅତିଥି ଶ୍ରମିକଙ୍କ ଅଭିଯୋଗ ଗ୍ରହଣ ପାଇଁ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୦୩ ଜାରି କରାଯାଇଛି।

ଆଜି ରାଜ୍ୟରେ ୫୨୬୪ ଗ୍ରାମ ପଞ୍ଚାୟତରେ ୩୨୭୯୫୫ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୧୩ଟି ପୌରାଞ୍ଚଳରେ ୨୭୬୮୮ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ଚଳିତ ରବି ଋତୁ କୃଷି କାର୍ଯ୍ୟ ଓ ଆଗାମୀ ଖରିଫ ଋତୁ ପାଇଁ ନିୟୋଜିତ କୃଷକ ଓ କୃଷି ଶ୍ରମଜୀବୀ ସେମାନଙ୍କ କାର୍ଯ୍ୟ ପୂର୍ବଭଳି ଜାରି ରଖିବେ। ଫଳ ଓ ପନିପରିବା ସହିତ ବିଭିନ୍ନ କୃଷିଜାତ ଦ୍ରବ୍ୟର ଅମଳରେ ନିୟୋଜିତ ଶ୍ରମଜୀବୀମାନେ ସାମିଜକ ଦୂରତ୍ବ ବଜାୟ ରଖି କାମ କରିବେ। ବିଭିନ୍ନ କୃଷି ସାମଗ୍ରୀ, କୃଷି ଓ ଉଦ୍ୟାନ କୃଷି ଉତ୍ପାଦନ ଗୁଡ଼ିକୁ ବିପଣନ ପାଇଁ ଖୁଚୁରା ବେପାରୀ ଓ ପରିବହନ ମାଲିକମାନେ ରାଜ୍ୟ ତଥା ରାଜ୍ୟ ବାହାରକୁ ବିନା କଟକଣାରେ ପରିବହନ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe