ରାଜ୍ୟରେ ବଢ଼ିବା‌ରେ ଲାଗିଛି ସଂକ୍ରମଣ: ପୁଣି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ୍‌ ଉତ୍ପତ୍ତି ସଂକ୍ରାନ୍ତ ‌ଗୁଇନ୍ଦା ସୂଚନା ସାର୍ବଜନୀନ କରିବା ଲାଗି ଆମେରିକା ନିମ୍ନ ସଦନରେ ସର୍ବସମ୍ମତ ମତଦାନ

Image Courtesy of India Today

ଭୁବନେଶ୍ବର: ପୁଣି ରାଜ୍ୟରେ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୫ଜଣଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାଫଳରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର  କହିଥିଲେ, ସମସ୍ତ ସଂକ୍ରମିତଙ୍କ ଲକ୍ଷଣ କମ ଅଛି। ସେମାନଙ୍କର କେବଳ ଥଣ୍ଡା କାଶ ରହିଛି। କେହି ହସ୍ପିଟାଲରେ ନାହାନ୍ତି, ଘରେ ଚିକିତ୍ସିତ ହେଉଛନ୍ତି। ପ୍ରଥମ ଦୁଇ ରୋଗୀ କଟକର। ଅନ୍ୟ ରୋଗୀଙ୍କର ପ୍ରୋଟୋକଲ ଅନୁସାରେ ତଦନ୍ତ କରାଯାଉଛି। ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନାହିଁ। ସର୍ଭେଲାନ୍ସ ଆହୁରି ବଢ଼ାଯିବ। ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ।

ଦେଶରେ ମଧ୍ୟ ବଢ଼ିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା। ଗତ  ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୬୯୨ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ସମ୍ପ୍ରତି ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୯୭ରେ ପହଞ୍ଚିଛି। ଏହାଛଡ଼ା, ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କରିଥିବା ୬ଜଣ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୨ଜଣ ଏବଂ ଦିଲ୍ଲୀ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ କେରଳରୁ ଜଣେ ଲେଖାଏଁ ଥିବା କଥା ଜଣାପଡ଼ିଛି। ଦେଶରେ ସମୁଦାୟ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ୫,୩୩,୩୪୬କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe