ଆଉ ୩ କୋଭିଡ୍‌ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

ଆଉ ୩ କୋଭିଡ୍‌ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

Moksh Overseas Education Consultants

ବୁର୍ଲା: ଆଜି ଆଉ ୩ କୋଭିଡ୍ ଆକ୍ରାନ୍ତ ଭିମସାର୍ ପ୍ରଥମ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ଡାକ୍ତର ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି। ୩ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ଯକ୍ଷ୍ମା ଓ ଛାତି ବିଭାଗର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନେଫ୍ରୋଲୋଜି ବହିର୍ବିଭାଗୀୟ ରୋଗୀ ଅଟନ୍ତି। ଡାକ୍ତରଙ୍କ ପରାମର୍ଶ ପରେ ବିଭାଗରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା।

ସେମାନେ ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଥମ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜିର ରୋଗୀଙ୍କୁ ମିଶାଇ ପ୍ରଥମ କୋଭିଡ୍ ହସ୍ପିଟାଲରେ ରୋଗୀ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଗୁରୁତର ଆଇସିୟୁରେ ଭର୍ତ୍ତି ହୋଇଥିବା ଡାକ୍ତର ଶ୍ରୀ ନାଏକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe