୩ ଆଇପିଏସ୍‌ଙ୍କୁ ନୂଆ ନିଯୁକ୍ତି

୯ ଆଇପିଏସ୍‌ଙ୍କୁ ପଦୋନ୍ନତି

Cyber Cops

ଭୁବନେଶ୍ବର : ଚନ୍ଦକା ଏସ୍‌ଓଜି ପ୍ରଶିକ୍ଷଣ କେନ୍ଦ୍ରରୁ ଚରମପନ୍ଥୀ ବିରୋଧୀ ରଣନୀତି ପାଠ୍ୟକ୍ରମ (ଆଣ୍ଟି-ଏକ୍ସଟ୍ରିମିଷ୍ଟ ଟାକ୍ଟିକ୍‌ କୋର୍ସ) ସମାପ୍ତ କରିବା ପରେ ୩ ଜଣ ଆଇପିଏସ୍‌ ଅଫିସରଙ୍କୁ ନୂଆ ନିଯୁକ୍ତି ମିଳିଛି। ଅଭିଳାଷ ଜି.ଙ୍କୁ ମାଲକାନଗିରି ଅତିରିକ୍ତ ଏସ୍‌ପି ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି। ସେଠାରେ ଖାଲି ଥିବା ପିସିଆର ସେଲ ଡିଏସ୍‌ପି ପଦ ବିପକ୍ଷରେ ଏହି ନିଯୁକ୍ତି ମିଳିଛି। ସେହିଭଳି କୁମାରୀ ସୁଶ୍ରୀଙ୍କୁ ଖାଲିପଡ଼ିଥିବା କେସିଙ୍ଗା ଏସ୍‌ଡିପିଓ ପଦରେ ନିଯୁକ୍ତି ମିଳିଛି। ନୀତେଶ ୱାଧବାନୀଙ୍କୁ ତାଳଚେରେ ଖାଲି ପଡ଼ିଥିବା ଅତିରିକ୍ତ ଏସ୍‌ପି ପଦରେ ନିଯୁକ୍ତି ମିଳିଛି। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe