ଛତିଶଗଡ଼ରୁ ବେଆଇନ ଧାନ ଚାଲାଣ ୩ଟି ଟ୍ରକରୁ ୬୩୩ ବସ୍ତା ଜବତ

ଛତିଶଗଡ଼ରୁ ବେଆଇନ ଧାନ ଚାଲାଣ ୩ଟି ଟ୍ରକରୁ ୬୩୩ ବସ୍ତା ଜବତ

Rozana Spokesman

ସୋହେଲା : ଛତିଶଗଡ଼ରୁ ଓଡ଼ିଶାକୁ ବେଆଇନ୍‌ ଧାନ ଚୋରା ଚାଲାଣ ହେଉଥିବା ନେଇ ‘ସମ୍ବାଦ’ରେ ୧୯ ତାରିଖ ଖବର ପ୍ରକାଶ ପାଇଥିଲା। ଏହାର ପ୍ରମାଣ ଶୁକ୍ରବାର ସୀମାନ୍ତ ବ୍ଲକ ସୋହେଲାରେ ମିଳିଛି। ସକାଳୁ ସୋହେଲା ବରମକେଲା ରାସ୍ତା ଗ୍ରିଂଜାଲ ନିକଟସ୍ଥ ବୁଡ଼ାମାଲ ଛକ ନିକଟରେ ଛତିଶଗଡ଼ର ୩ଟି ଧାନ ବେଝେଇ ଗାଡ଼ି ଧରାପଡ଼ିଛି। ଏଥିରୁ ୬୩୩ ବସ୍ତା ଧାନ ଜିଲ୍ଲା ଯୋଗାଣ ବିଭାଗ ଜବତ କରିଛି। ରାୟଗଡ଼ ଜିଲ୍ଲା ବରମକେଲାରୁ ସୋନପୁର ଜିଲ୍ଲାର ମିଲ୍‌କୁ ବେଆଇନ ଭାବେ ଧାନ ଚାଲାଣ ହେଉଥିଲା। ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ମାନେ ଛତିଶଗଡ଼କୁ ସଂଯୋଗ କରୁଥିବା ସୋହେଲା ବରମକେଲା ରାସ୍ତା ବୁଡାମାଲ ଛକଠାରେ ଚଢ଼ଉ କରିଥିଲେ। ଛତିଶଗଡ଼ ପଟୁ ଧାନ ବୋଝେଇ କରି ଆସୁଥିବା ଗୋଟିଏ ଟାଟା ଏସି, ଦୁଇଟି ଟ୍ରକଯାଂଚ କରିଥିଲେ। ବୋଝେଇ ହୋଇଥିବା ଧାନର କୌଣସି କାଗଜପତ୍ର ସେମାନେ ଦେଖାଇ ପାରିନଥିଲେ। ଫଳରେଅଧିକାରୀମାନେ ଧାନ ଓ ଗାଡ଼ିକୁ ଜବତ କରି ସୋହେଲା ଲକ୍ଷ୍ମୀ ରାଇସ ମିଲରେ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe