Image Courtesy of Zee News
ବଲାଙ୍ଗୀର/ ରାଣୀତାଲ/ ବାଣପୁର : ଗତକାଲି ଓ ଆଜି ଦୁଇଦିନ ମଧ୍ୟରେ ଟ୍ରେନ୍ରୁ ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବଲାଙ୍ଗୀର ରେଲୱେ ଷ୍ଟେସନରେ ମଙ୍ଗଳବାର ଯାଉଥିବା ଲୋକମାନ୍ୟ ତିଲକ-ପୁରୀ ଏକ୍ସପ୍ରେସ ଟ୍ରେନ୍ରେ ଜଣେ ଯାତ୍ରୀ ଚଢ଼ୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ, ଟ୍ରେନ୍ ତାଙ୍କୁ କିଛିଦୂର ଘୋଷାଡ଼ି ନେଇଥିଲା। ଷ୍ଟେସନରେ ଉପସ୍ଥିତ ଥିବା ରେଳବାଇ ପୁଲିସର ଓସି ସୋମନାଥ ପଣ୍ଡା ସଙ୍ଗେସେଙ୍ଗ ତାଙ୍କୁ ବଞ୍ଚାଇବାକୁ ଯାଇ ଦୌଡ଼ିଥିଲେ। ତାଙ୍କୁ ବାହାରକୁ ଟାଣିବାକୁ ଉଦ୍ୟମ କରୁଥିବା ବେଳେ ସେ ନିଜେ ମଧ୍ୟ ଟ୍ରେନ୍ ଭିତରେ ଫସିଯାଇଥିଲେ। କିନ୍ତୁ, କୌଶଳକ୍ରମେ ବାହାରି ଆସିଥିଲେ। ଏ ସର୍ମ୍ପକରେ ଖବର ପାଇବା ପରେ ଷ୍ଟେସନମାଷ୍ଟର ସଙ୍ଗେ ସଙ୍ଗେ ଟ୍ରେନ୍କୁ ଅଟକାଇଥିଲେ। ଏହି ଘଟଣାରେ ଉଭୟ ଅଶୋକ ପାଣ୍ଡୁରାମ ମୁଣ୍ଡେ ଓ ସୋମନାଥ ପଣ୍ଡା ସାମାନ୍ୟ ଆହତ ହୋଇଛନ୍ତି।
ବୁଧବାର ସନ୍ଧ୍ୟାରେ ଯଶୋବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍ ରାଣୀତାଲ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଲେବଲ୍ କ୍ରସିଂ ଅତିକ୍ରମ କରୁଥିବା ବେଳେ ଯାତ୍ରୀ ଜଣକ ଟ୍ରେନ୍ରୁ ଖସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯାତ୍ରୀଙ୍କୁ ଭଦ୍ରକ ଡାକ୍ତରଖାନାକୁ ପଠାଇଥିଲେ। ସେ ଚେତାଶୂନ୍ୟ ଥିବାରୁ ତାଙ୍କର ପରିଚୟ ମିଳିପାରିନାହିଁ।
ସେହିପରି, ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ ଅନ୍ତର୍ଗତ ସୋଲରି ରେଳ ଷ୍ଟେସନ ନିକଟରୁ ଗତକାଲି ରାତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୁଲିସ। ମୃତ ଯୁବକ ଜଣକ ହେଉଛନ୍ତି ବାଣପୁର ଅଞ୍ଚଳର ଅସିତ ଆଚାର୍ଯ୍ୟ(୨୦)। ସେ ଦିଲ୍ଲୀରେ ଚାକିରି କରୁଥିବାର ଜଣାପଡିଛି। ଗତକାଲି ସେ କୌଣସି କାର୍ଯ୍ୟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଯାଇଥିଲେ। ସେଠାରୁ ଭାସକେ୍ାଡାଗାମା ଏକ୍ସପ୍ରେସ୍ ଟ୍ରେନ୍ରେ ଆସୁଥିବାବେଳେ ସୋଲରି ଷ୍ଟେସନ୍ ପାଖରେ ଟ୍ରେନ୍ର ଗତି କମ୍ ଥିବାବେଳେ ଓହ୍ଲାଇବାକୁ ଉଦ୍ୟମ କରିବାବେଳେ ଖସି ପଡ଼ିଥିବା କୁହାଯାଉଛି।
Follow Us