ସରକାରୀ ଅର୍ଥ ତୋସରପାତ ମାମଲା: ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣଙ୍କୁ ୪ ବର୍ଷ ଜେଲ୍‌

Advertisment
ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଫୁଲବାଣୀ : ଶୁକ୍ରବାର ଦିନ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ ‌କୋର୍ଟ ଏକ ସରକାରୀ ଅର୍ଥ ତୋସରପାତ ମାମଲାର ବିଚାର କରି ଅଭିଯୁକ୍ତ ପ୍ରଧାନଶିକ୍ଷକ କିଶୋର କୁମାର ଦାସଙ୍କ ସମେତ ଅନ୍ୟ ୨ ଜଣ ଯଥା, ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପୃଥ୍ବୀରାଜ ଲେଙ୍କା ଏବଂ ବିଦ୍ୟାଳୟ କମିଟି ସଭାପତି ସୁବୀନ୍ଦ୍ର କହଁରଙ୍କୁ ୪ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୬ ମାସ ଲେଖାଏଁ ଜେଲ୍‌ଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ଘଟଣାରୁ ପ୍ରକାଶ, ୨୦୧୪ ମସିହାରେ ଖଜୁରୀପଡ଼ା ବ୍ଲକ୍‌ ଅନ୍ତର୍ଗତ ଘାଟିତଳ ନୂତନ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଗୃହ ନିର୍ମାଣ ପାଇଁ ସର୍ବଶିକ୍ଷା ଅଭିଯାନ ପାଣ୍ଠିରୁ ୯ ଲକ୍ଷ ୯୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହି ଅର୍ଥରୁ ୮ ଲକ୍ଷ ୯୬ ହଜାର ଟଙ୍କା ଉଠା ଯାଇଥିଲା। ମାତ୍ର, ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିଲା। ଏ ନେଇ ଭିଜିଲାନ୍‌ସ ବିଭାଗରେ ଅଭିଯୋଗ ହେବାପରେ ଡିଏସ୍‌ପି ହରେକୃଷ୍ଣ ବେହେରା ତଦନ୍ତ କରି ଅଭିଯୋଗର ସତ୍ୟତା ଥିବା ଜାଣିବା ପରେ ବ୍ରହ୍ମପୁର ଭିଜିଲାନ୍‌ସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ଏହି ମାମଲାର ଶୁଣାଣି କରି ଫୁଲବାଣୀ ଭିଜିଲାନ୍‌ସ କୋର୍ଟ ବିଚାରପତି ସମର ବିଳାସ ବେହେରା ୨୧ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି.ଭି. ରାମଦାସ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe