ଜଣେ ମହିଳାଙ୍କ ସମେତ ୩ ଦେଶୀ ମଦ ବେପାରୀ ଗିରଫ

Advertisment

୧୮୦ ଲିଟର ଦେଶୀ ମଦ, ୧୫୫୦ କେଜି ମହୁଲ ପୋଚ ଜବତ

୧୮୦ ଲିଟର ଦେଶୀ ମଦ, ୧୫୫୦ କେଜି ମହୁଲ ପୋଚ ଜବତ

ଜଣେ ମହିଳାଙ୍କ ସମେତ ୩ ଦେଶୀ ମଦ ବେପାରୀ ଗିରଫ

ରାଉରକେଲା: ସହରରେ ଚାଲିଥିବା ଦେଶୀ ମଦ କାରବାର ଉପରେ ଅବକାରୀ ପୁଲିସ ଚଢ଼ଉ ଜାରି ରଖିଛି। ଏହି କ୍ରମରେ ଆଜି ସ୍ଥାନୀୟ ଗୋପବନ୍ଧୁପଲ୍ଲୀ, ବନ୍ଧମୁଣ୍ଡା କୁକୁଡ଼ା ଗେଟ୍‌, ଜମସେରା ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇଥିଲା। ମଦ ଚୋରାଚାଲାଣ ଓ ବିକ୍ରି କରୁଥିବା ସମୟରେ ୩ ଜଣଙ୍କୁ କାବୁ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଗୋପବନ୍ଧୁପଲ୍ଲୀର ସୁମିତ୍ରା ସାହୁ, ଜମସେରାର ଧର୍ମପଦ ନାଗ ଓ ସଞ୍ଜୀବ ଓରାମ। ଅଭିଯୁକ୍ତମାନଙ୍କଠାରୁ ୧୮୦ ଲିଟର ଦେଶୀ ମଦ ଓ ୧୫୫୦ କେଜି ମହୁଲ ପୋଚ ଜବତ ହୋଇଛି।

ସୂଚନା ଅନୁସାରେ, ଗୋପବନ୍ଧୁପଲ୍ଲୀର ସୁମିତ୍ରା ଘରେ ଦେଶୀ ମଦ ରୋଷେଇ କରୁଥିଲେ। ତାଙ୍କ ନିକଟରୁ ୨ଟି ବଡ଼ ଡେକ୍‌ଚି, ମହୁଲ ପୋଚ ଜବତ ହୋଇଥିଲା। ସେହିଭଳି ଅନ୍ୟ ଦୁଇ ଅଭିଯୁକ୍ତ ଧର୍ମପଦ ଓ ସଞ୍ଜୀବ ଏକ ଆକ୍ଟିଭା(ଓଆର୍‌୧୪-ଆର୍‌-୯୬୯୯)ରେ ଦେଶୀ ମଦ ଚୋରାଚାଲାଣ କରୁଥିଲେ। ଏନେଇ ସୂଚନା ପାଇ ଅବକାରୀ ପୁଲିସ ସେମାନଙ୍କୁ ବନ୍ଧମୁଣ୍ଡା କୁକୁଡ଼ାଗେଟ୍‌ ନିକଟରେ କାବୁ କରିନେଇଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନିର୍ଦ୍ଦେଶରେ ତଥା ସବ୍‌ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ବିଭାଗୀୟ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe