ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ମୃତ, ବନ ବିଭାଗ କର୍ତ୍ତୃପକ୍ଷଙ୍କ ଦେଖା ନାହିଁ

ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ମୃତ, ବନ ବିଭାଗ କର୍ତ୍ତୃପକ୍ଷଙ୍କ ଦେଖା ନାହିଁ

ବଅଁରପାଳ: ଅନୁଗୁଳ ଜିଲ୍ଲା ଅନୁଗୁଳ ବ୍ଲକ ଅନ୍ତର୍ଗତ ଛେଳିଆପଡ଼ା, ବାରସିଙ୍ଗା, ଅଙ୍ଗାରବନ୍ଧ ଗ୍ରାମରେ ହାତୀ ଆକ୍ରମଣରେ ଆଜି ଭୋର ସମୟରେ  ତିନି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଆଜି ପାହାନ୍ତା ସମୟରେ ଛେଳିଆପଡ଼ା ଗ୍ରାମର ସୁବାସ ବିଶ୍ଵାଳ (୬୦) ଗ୍ରାମ ନିକଟସ୍ଥ ପୁଲିସ ବ୍ୟାରେକ ପାଖ ନିକଟ ବଗିଚାକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଏଥିରେ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।

ସେହିପରି ବାରସିଙ୍ଗା ଗ୍ରାମର ରମେଶ ସ୍ୱାଇଁ (୪୮) ନିଜ ଘର ପାଖରୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ହାତୀ ଆକ୍ରମଣ କରିଥିଲେ। ସେଥିରେ ତାଙ୍କର ମୃତ୍ୟୁ ହୋଇଥିଲା ଘଟଣାସ୍ଥଳରେ। ସେହିପରି ଅଙ୍ଗାରବନ୍ଧ ଗ୍ରାମର ଅନିରୁଦ୍ଧ ସାହୁ (୫୪) ଆଜି ସକାଳେ ନିଜ ବଗିଚାକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲେ। ସେଥିରେ ସେ ମୃତ୍ୟୁବରଣ କରିଥିଲେ।

ସେହିପରି ବଅଁରପାଳ ବ୍ଲକର ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମର ଜାମ୍ବୁସାହିର ଅଜୟ ସାମଲ (୫୫) ଆଜି ନିଜ ଘର ପାଖରେ ଥିବା ସମୟରେ ହାତୀ ଆକ୍ରମଣ କରିଥିଲା ଏଥିରେ ସେ ଗୁରୁତ୍ବର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ପରିବାର ଲୋକ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହିପରି ଆଜି ଏକ ଦୁଃଖଦ ଘଟଣା ଘଟି ଯାଇଛି। ଏକା ସମୟରେ ଆଖ ପାଖ ଅଞ୍ଚଳରେ ଚାରି ଜଣଙ୍କୁ ହାତୀ ଆକ୍ରମଣ କରିଛି ଓ ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।ପ୍ରକାଶ ଥାଉକି ଏହି ସମସ୍ତଙ୍କୁ ଗୋଟିଏ ଦନ୍ତା ହାତୀ ଆକ୍ରମଣ କରିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।  ଆଜି ସକାଳ ସମୟ ଅଞ୍ଚଳରେ ଦୁଃଖର ବାତାବରଣ ଖେଳି ଯାଇଛି।

ଏହି ଘଟଣା ଘଟିବାର ଢେର ସମୟ ବିତିଯାଇଥିଲେ ବି ରିପୋର୍ଟ ପ୍ରସ୍ତୁତ ହେବା ଯାଏ ବନ ବିଭାଗ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe