ଏରିଆ କମାଣ୍ଡର ସହ ୩ ପିଏଲ୍‌ଏଫ୍‌ଆଇ ଗିରଫ, ୬ ବନ୍ଧୁକ-୫୦ ହଜାର ଜବତ

Advertisment

ସୁଜିତ୍‌ ନାଁରେ ରହିଛି ସୁନ୍ଦରଗଡ଼ର ଏକାଧିକ ମାମଲା

ସୁଜିତ୍‌ ନାଁରେ ରହିଛି ସୁନ୍ଦରଗଡ଼ର ଏକାଧିକ ମାମଲା

ଏରିଆ କମାଣ୍ଡର ସହ ୩ ପିଏଲ୍‌ଏଫ୍‌ଆଇ ଗିରଫ, ୬ ବନ୍ଧୁକ-୫୦ ହଜାର ଜବତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପୁଲିସକୁ ବଡ ସଫଳତା ମିଳିଛି। ପଶ୍ଚିମସିଂହଭୂମ ଜିଲ୍ଲା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ମନୋହରପୁର ବୋରୋତିକା ଭୂଇଆଁ ଟୋଲାରେ ନିର୍ମାଣୀଧୀନ କୋଠାରେ ଚଢ଼ଉ କରି ୩ ପିଏଲ୍‌ଏଫ୍‌ଆଇ ସଦସ୍ୟକୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଏରିଆ କମାଣ୍ଡର ସୁଜିତ କୁମାର ରାମ ଓରଫ ସାହୁ, ରାଜୁ ଭୂଇଆଁ ଓ ମହାବୀର ସିଂହ। ଏମାନଙ୍କ ନିକଟରୁ ୬ଟି ବନ୍ଧୁକ, ୧୭ଟି ଅଫୁଟା ଗୁଳି, ଦେଶି ପିସ୍ତଲ, ନଗଦ ୫୦ ହଜାର ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ପିଏଲ୍‌ଏଫ୍‌ଆଇ ଏରିଆ କମାଣ୍ଡର ସୁଜିତ ଓରଫ ସାହୁଜୀ ନାଁରେ ପଶ୍ଚିମସିଂହଭୂମ ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି। ତାଙ୍କ ମୁଣ୍ଡ ଜାମିନ ପାଇ ଝାଡ଼ଖଣ୍ଡର ସରକାର ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଏରିଆ କମାଣ୍ଡର ଆକାଶ ସିଂହ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସାହୁଜୀକୁ ଆନନ୍ଦପୁର କ୍ଷେତ୍ରରେ ଏରିଆ କମାଣ୍ଡର ଦାୟିତ୍ବ ମିଳିଥିଲା। ଆଜି ଆନନ୍ଦପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅଜୟ ଲିଣ୍ଡା କହିଛନ୍ତି ଏରିଆ କମାଣ୍ଡର ସାହୁଜୀ ନାଁରେ ଓଡ଼ିଶାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି।

ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ବେଆଇନ ମାରଣାସ୍ତ୍ର ରଖିବା ଘଟଣାରେ ଗତ ୨୦୧୭ ମାର୍ଚ୍ଚ ୨୨ରେ ମାମଲା ହୋଇଥିଲା। ସାହୁଜୀକୁ ଧରିବାକୁ ରାଉରକେଲା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ସାହୁଜୀ ସୁନ୍ଦରଗଡ ଜିଲ୍ଲା ବିଶ୍ରା ଓ ନୂଆଗାଁ ଅଞ୍ଚଳରେ ଦୀର୍ଘ ଦିନ ଧରି ବେଶ୍‌ ସକ୍ରିୟ ରହିଥିଲା। ଖୁବ୍‌ଶୀଘ୍ର ଓଡ଼ିଶା -ଝାଡ଼ଖଣ୍ଡ ସୀମାନ୍ତରେ ସକ୍ରିୟ ପିଏଲ୍‌ଏଫ୍‌ଆଇ ସୁପ୍ରିମୋ ଦିନେଶ ଗୋପକୁ ଗିରଫ କରାଯିବ। ଦିନେଶକୁ ଚାରିଥର ଏନ୍‌କାଉଣ୍ଟର କରାଯାଇଛି। ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ନୂଆଗାଁ, ହାତୀବାରି, ଲାଠିକଟା, ବିଶ୍ରା ଆଦି ଅଞ୍ଚଳରେ ପିଏଲ୍‌ଏଫ୍‌ଆଇ ସୁପ୍ରିମୋ ଦିନେଶ ସଙ୍ଗଠନ କାମ କରୁଛି। ବ୍ୟବସାୟୀ, ଶିଳ୍ପପତି, ଠିକାଦାରଙ୍କ ଠାରୁ ମୋଟା ଅଙ୍କର ଦାଦାବଟି ଆଦାୟ କରୁଛନ୍ତି। କେବଳ ଏତିକି ନୁହେଁ ଦିନେଶ ନାଁରେ ବିଶ୍ରା, ନୂଆଗାଁ ଓ ହାତୀବାରି ଆଦି ଅଞ୍ଚଳରେ ଅନେକ ହତ୍ୟା ମାମଲା ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe