ବାଘଛାଲ ବ୍ୟବସାୟୀ ସମେତ ୪ ଶିକାରୀ ଗିରଫ

Advertisment
ବାଘଛାଲ ବ୍ୟବସାୟୀ ସମେତ ୪ ଶିକାରୀ ଗିରଫ

ଫୁଲବାଣୀ: ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ଟିକାବାଲି ଏବଂ ଫୁଲବାଣୀ ରେଞ୍ଜ ଅଧିକାରୀଙ୍କ ମିଳିତ ଚଢ଼ଉ କରାଯାଇ ୨ଟି କଲରାପତରିଆ ବାଘ ଓ ୩ କୁଟୁରା ଛାଲ ଜବତ ହୋଇଛି। ଏହି ମାମଲାରେ ବନବିଭାଗ ଦୁଇ ବ୍ୟବସାୟୀ ସମେତ ୪ ଶିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବନ୍ୟପ୍ରାଣୀ ଚମଡ଼ା କାରବାରରେ ଲିପ୍ତ ଥିବା ନୟ‌ାଗଡ଼ ଜିଲ୍ଲା ନୂଆଗାଁ ଥାନା କୃଷ୍ଣପ୍ରସାଦ ଗ୍ରାମର ଧନେଶ୍ବର ନାୟକ ଓ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗୁମରୀଖୋଲ ଗ୍ରାମର ଶରତ ମଲ୍ଲିକ। ଉଭୟେ ବନ୍ୟପ୍ରାଣୀ ଚମଡ଼ା କାରବାରରେ ଲିପ୍ତ ଥିବା ଖବର ପାଇ ବନ ବିଭାଗ ସେମାନଙ୍କୁ କାବୁ କରିଥିବା ବେ‌ଳେ ସେମାନଙ୍କୁ ପଚଚରାଉଚରା ପରେ ଏଥିରେ ସଂପୃକ୍ତ ଥିବା ଚାରି ଶିକାରୀକୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଚାରି ଶିକାରୀଙ୍କ ମଧ୍ୟରେ ଖଜୁରୀପଡ଼ା ଥାନା ବ୍ରଡ଼ିଗୁଡ଼ାର ଗୌରାଙ୍ଗ ମଲ୍ଲିକ, ଖାଉମୁଣ୍ଡାର ସଦାନନ୍ଦ କହଁର, ବ୍ରଡ଼ିଗୁଡ଼ାର ସନ୍ତୋଷ ମଲ୍ଲିକ ଦଞ୍ଜୁ ଗ୍ରାମର ବିଭତ୍ସ ମଲ୍ଲିକ ରହିଛନ୍ତି। ବନ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ୨ଟି ବାଟୁଳିଖଡା, ଧନୁତୀର ଓ ଫାଶ ସହ ଏକ ବାଇକ୍ ମଧ୍ୟ ଜବତ୍ କରିଛି। ଏନେଇ କେସ ନଂ ୫୮/୨୪ରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଫୁଲବାଣୀ ଡିଏଫ୍‌ଓ ପ୍ରଶାନ୍ତ ପଟେଲ୍‌ ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ ବନବିଭାଗ କୌଣସି ସୁତ୍ରରୁ ବନ୍ୟପ୍ରାଣୀ ଚମଡ଼ା କାରବାର ହେଉଥିବା ଖବର ପାଇ ଟିକାବାଲି ଓ ଫୁଲବାଣୀ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଏକ ଟିମ୍‌ ଗଠିନ କରିଥିଲା। ଠିମ୍‌ରେ ରହିଥିବା ଫୁଲବାଣୀ ମଳୟ ରଞ୍ଜନ କାଲୁ, ଫୁଲବାଣୀ ବନାଞ୍ଚଳ ଅଧିକାରୀ ଚିଦାନନ୍ଦ ଲେଙ୍କା, ଟିକାବାଲି ବନାଞ୍ଚଳ ଅଧିକାରୀ ମାଣିକେଶ୍ଵରୀ ପଟ୍ଟନାୟକ, ଟିକାବାଲି ବନପାଳ ଶ୍ରୀଧର ସାହୁ ଶଙ୍କରାଖୋଲ ବନରକ୍ଷୀ ଏ.ସନ୍ତୋଷ କୁମାର, ଟିକାବଲି ବନରକ୍ଷୀ ଅରୁଣ ପାତ୍ର ଓ ପାରା ୱାଚର ସାମିଲ ହୋଇ ଶଙ୍କରାଖୋଲ ଅଞ୍ଚଳରେ ଚଢ଼ଉ କରିଥିଲେ। ଗତ ୧୬ ତାରିଖ ବିଳମ୍ବିତରେ ଲାଇନପଡା ଓ ବେହେରା ଗାଁ ରାସ୍ତାରେ ପ୍ରଥମେ ଦୁଇ ବେପାରୀ ଧନେଶ୍ଵର ଓ ଶରତ ବାଇକ୍ ଯାଉଥିବା ବେଳେ ସେଠାରେ ଉଭୟଙ୍କୁ କାବୁ କରି ସେମାନଙ୍କ ଠାରୁ ଦୁଇଟି ବାଘଛାଲ ଜବତ କରିଥିଲେ। ପରେ ସେମାନଙ୍କ ପଚରାଉଚରା ପରେ ଏଥିରେ ସଂପୃକ୍ତି ଥିବା ଅନ୍ୟ ୪ ଜଣ ଧରାପଡ଼ିଥିଲେ। ସ୍ଥାନୀୟ ଅଞ୍ଚଳରେ ଶିକାର କରି ବନ୍ୟପ୍ରାଣୀ ଚମଡ଼ା ସଂଗ୍ରହ ପରେ ଏହା ଅନ୍ୟ ରାଜ୍ୟକୁ ବହୁମୂଲ୍ୟରେ ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ଏହି ରାକେଟରେ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ବନବିଭାଗ ଖୋଳତାଡ଼ କରୁଥିବା ଜଣାକହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe