ଅଭିଯୋଗକାରୀଙ୍କୁ ତଡ଼ିଦେଇଥିଲେ: ନିଲମ୍ବିତ ହେଲେ ତିନି ପୁଲିସ କର୍ମଚାରୀ

Advertisment
ଅଭିଯୋଗକାରୀଙ୍କୁ ତଡ଼ିଦେଇଥିଲେ: ନିଲମ୍ବିତ ହେଲେ ତିନି ପୁଲିସ କର୍ମଚାରୀ

ନୟାଗଡ଼: ଡ୍ୟୁଟିରେ ଖିଲାପ ନେଇ ୩ ଜଣଙ୍କୁ ସସ୍ପେଣ୍ଡ କରିଛନ୍ତି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ। ନିଲମ୍ବିତ ତିନି କର୍ମଚାରୀ ହେଲେ ଏସ୍ଆଇ ହସିନା ପ୍ରଧାନ, ଏଏସ୍ଆଇ ରାଜେଶ୍ୱରୀ ନାୟକ ଏବଂ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ ନକରିବା ମାମଲାରେ ଏମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ସୋମବାର ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଗୋଳଗୋଳା ଗାଁରେ ବଡ଼ ଧରଣର ସିରିଜ ଚୋରି ହୋଇଥିଲା। ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗ ନେଇ ରାତାରାତି ଥାନାକୁ ଆସିଥିଲେ ଅଭିଯୋଗକାରୀ। ତୁରନ୍ତ ତାଙ୍କୁ ପୁଲିସ ସେବା ଯୋଗାଇ ଦେବା ପରିବର୍ତ୍ତେ ସକାଳେ ଆସ କହି ଏହି ୩ ପୁଲିସ କର୍ମଚାରୀ ତଡ଼ି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe