ଗୋଟିଏ ପରିବାରର ୩ କରୋନା ଆକ୍ରାନ୍ତ

Advertisment
ଗୋଟିଏ ପରିବାରର ୩ କରୋନା ଆକ୍ରାନ୍ତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ପୁଣି କରୋନା ସଂକ୍ରମଣ ବଢ଼ି ଚାଲିଛି। ଗତକାଲି ବ୍ଲକ୍‌ରୁ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଗୋଟିଏ ପରିବାରର ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଚାକୁଣ୍ଡାପାଳ ପଞ୍ଚାୟତର ଜଣେ ୪୪ ବର୍ଷୀୟା ମହିଳା, ଜଣେ ୪୦ ବର୍ଷର ପୁରୁଷ ଏବଂ ଜଣେ ୧୨ବର୍ଷର ନାବାଳକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ କରୋନାର ତୃତୀୟ ଲହରୀ ଚାଲିଛି।

ଏହି ଲହରୀରେ ଓମିକ୍ରନ ଭାରିଆଣ୍ଟ ନିଜ କାୟା ବିସ୍ତାର କରିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଥିଲେ ବି ଲୁଚାଛପାରେ ପଡୋଶୀ ରାଜ୍ୟର ଲୋକେ ଏହି ଜିଲ୍ଲାରେ ପ୍ରବେଶ କରୁଥିବାରୁ ସ୍ଥିତି ବିଗିଡିବାରେ ଲାଗିଛି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe