ମହାପ୍ରଭୁଙ୍କ ପାଇଁ ତାମିଲନାଡ଼ୁରୁ ଆସିଲା ୩ କ୍ବିଣ୍ଟାଲ ଚନ୍ଦନ କାଠ

Advertisment
ମହାପ୍ରଭୁଙ୍କ ପାଇଁ ତାମିଲନାଡ଼ୁରୁ ଆସିଲା ୩ କ୍ବିଣ୍ଟାଲ ଚନ୍ଦନ କାଠ

ପୁରୀ : ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ପାଇଁ ତାମିଲନାଡ଼ୁରୁ ଆସିଛି ୩ କ୍ବିଣ୍ଟାଲ ଜୟପୋଖାଲ ଚନ୍ଦନ କାଠ। ଶ୍ରୀମନ୍ଦିର ପ୍ରଶାସନର ସ୍ବତନ୍ତ୍ର ଦଳ ତାମିଲନାଡ଼ୁ ଯାଇ ଏହି ଚନ୍ଦନ କାଠ ବନ ବିଭାଗଠାରୁ କ୍ରୟ କରିବା ସହ ଟ୍ରେନ ଯୋଗେ କଡ଼ା ସୁରକ୍ଷା ଭିତରେ ଶ୍ରୀକ୍ଷେତ୍ର ଆଣିଛି। ଏହି ତିନି କ୍ବିଣ୍ଟାଲ୍‌ ଜୟପୋଖାଲ ଚନ୍ଦନ କାଠ ଦାମ କୋଟିଏରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଶ୍ରୀଜିଉଙ୍କ ଦୈନିକ ନୀତିକାନ୍ତି ସହ ଅନ୍ୟାନ୍ୟ ପର୍ବପର୍ବାଣୀରେ ସ୍ବତନ୍ତ୍ର ନୀତିକାନ୍ତି ପାଇଁ ଲାଗି ହେଉଥିବା ଚନ୍ଦନକାଠ ଜୟପୋଖାଲ ପ୍ରଜାତିର। ପୂର୍ବରୁ ଏହି ଚନ୍ଦନକାଠ ତାମିଲନାଡ଼ୁରୁ ଆସୁଥିଲେ ବି ଅଧିକ ପରିମାଣର ଆସୁଥିଲା। କିନ୍ତୁ ଆଇନଗତ ସମସ୍ୟା ପାଇଁ ଅଟକି ରହିଥିଲା। ପରେ ୩ କ୍ବିଣ୍ଟାଲ ଚନ୍ଦନ କାଠ ଦେବାକୁ ତାମିଲନାଡ଼ୁ ବନବିଭାଗ ସହମତି ଦେବା ପରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ତାମିଲନାଡ଼ୁ ଗସ୍ତ କରି ଏହା ଆଣିଛନ୍ତି। ବର୍ଷକ ପାଇଁ ଦୈନନ୍ଦିନ ନୀତିକାନ୍ତିରେ ଏହି ଚନ୍ଦନ ବ୍ୟବହାର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe