ସମୁଦ୍ରରୁ ୩ ଉଦ୍ଧାର

Advertisment
ସମୁଦ୍ରରୁ ୩ ଉଦ୍ଧାର

ପୁରୀ : ଆଜି ସମୁଦ୍ରରେ ଭାସିଯିବା ସମୟରେ ତିନି ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଲାଇଫ ଗାର୍ଡମାନେ ଏହି ତିନି ଜଣଙ୍କୁ ସମୁଦ୍ର ଗର୍ଭରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଝାଡ଼ଖଣ୍ଡ ବୋକାରୋ ସେକ୍ଟର ୪ ଅଞ୍ଚଳର ଗୋଲୁ ସିଂ ପୁରୀ ବୁଲିବାକୁ ଆସି ଆଜି ସମୁଦ୍ରରେ ଗାଧୋଉଥିବା ବେଳେ ଲହଡ଼ିରେ ଭାସି ଯାଇଥିଲେ। ଏହି ସମୟରେ ସେଠାରେ ଡ୍ୟୁଟି କରୁଥିବା ଲାଇଫ ଗାର୍ଡମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ସେହିପରି ଝାଡ଼ଖଣ୍ଡ ଲାଲପୁର ଡଙ୍ଗ୍ରୋତୋଲିର ରୋହିତ ପ୍ରଜାପତି (୨୧) ଓ ଛତିଶଗଡ଼ ବିରଭୋମ୍ ଜିଲ୍ଲା ମହମ୍ମଦ ବଜାର ବୀରକେତନପୁର ନିବାସୀ ସୁବ୍ରତ ମଣ୍ଡଳ(୧୯) ମଧ୍ୟ ସମୁଦ୍ର ଲହଡ଼ିରେ ଭାସିଯାଉଥିବା ବେଳେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe