ପାରାଦୀପ : ନିଆଁ ଲାଗି ଜଳିଗଲା ୩ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କଳ୍ପନା ଛକ ଓଭରବ୍ରିଜ ଫଳ ବଜାରରେ ଅଗ୍ନିକାଣ୍ଡ, ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

sfchronicle.com

ପାରାଦୀପ : ଗେଟ୍‌ ବଜାରରେ ନିଆଁ ଲାଗି ଜଳିଗଲା ୩ଟି ଦୋକାନ। ଏହି ନିଆଁରେ ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ସୂଚନାନୁସାରେ ଆଜି ସକାଳେ ପାରାଦୀପଗଡ଼ ଗେଟ୍‌ ବଜାରରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଭୋରରୁ ନିଆଁ ଲାଗି ଦୋକାନ ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ନିଆଁକୁ ଲିଭାଇବାକୁ ଉଦ୍ୟମ ଜାରି ରଖିଥିବା ‌ବେଳେ ଖବର ପାଇ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଗୋଟିଏ ଜଳଖିଆ ଦୋକାନ ସହ ପାନ ଓ ଫଳ ଦୋକାନ ପୋଡି ଯାଇଛି। ନିଆଁ ଲାଗିବାର କାରଣ ଜଣାପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe