ଦଳିତ ନାବାଳିକାକୁ ନିର୍ଯାତନା ଘଟଣା: ୩ ଭାଇଭଉଣୀଙ୍କ ସହ ଜେଲ୍‌ ଗଲେ ଅଭିଯୁକ୍ତ

Advertisment

ଚର୍ଚ୍ଚାରେ ଆଉ ଏକ ରଙ୍ଗଶାଳା, ମାପଚୁପ ଆରମ୍ଭ, ଭାଙ୍ଗିବାକୁ ୭ ଦିନିଆ କଣ୍ଟ

ଚର୍ଚ୍ଚାରେ ଆଉ ଏକ ରଙ୍ଗଶାଳା, ମାପଚୁପ ଆରମ୍ଭ, ଭାଙ୍ଗିବାକୁ ୭ ଦିନିଆ କଣ୍ଟ

ନାରୀ ସାଜିଲା ନାରୀର ‌ବଇରି : ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲା, ହତ୍ୟାକାରୀ ପୁତୁରା ବୋହୂ ଗିରଫ

blog.ipleaders.in

ଯାଜପୁରସଦର/ଧର୍ମଶାଳା/କଣ୍ଟିଗଡ଼ିଆ: ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳାର ସ୍ମିତରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଏକ ରଙ୍ଗଶାଳାକୁ ନେଇ ଚର୍ଚ୍ଚା ହୋଇଥିଲା। ଏବେ ଜଣେ ନାବାଳିକା ନିର୍ଯାତନା ଘଟଣାରେ ଆଉ ଏକ ରଙ୍ଗଶାଳା ଚର୍ଚ୍ଚାର ପରିସରକୁ ଆସିଛି। ଆଜି ଏ ରଙ୍ଗଶାଳାର ମାପଚୁପ କରାଯାଇଥିଲାବେଳେ ଭାଙ୍ଗିବା ପାଇଁ ୭ ଦିନ ସମୟ ଦିଆଯାଇଛି। ଅନ୍ୟପକ୍ଷରେ, ନାବାଳିକା ନିର୍ଯାତନା ଘଟଣାରେ ୩ ଭାଇଭଉଣୀଙ୍କ ସହିତ ମୁଖ୍ୟ ଅଭିଯୁକ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଗତ ୧୪ ତାରିଖ ରାତିରେ ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ଅଞ୍ଚଳର ଦଳିତ ନାବାଳିକାକୁ ଅପହରଣ କରାଯାଇଥିଲା। ୪ ଦିନ ଅନ୍ଧାରୁଆ କୋଠରିରେ ରଖି ମିଠାରେ ନିଶା ଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା। ପରେ ତାଙ୍କୁ ତାଙ୍କ ଘରପାଖ ରାସ୍ତାରେ ଫିଙ୍ଗି ଦେଇ ଯାଇଥିଲେ। ପରିବାର ଲୋକେ ଏବଂ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାର ‘ସଖୀ’ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ତନାଘନା ଆରମ୍ଭ କରିଥିଲା। ପୀଡ଼ିତାଙ୍କ ବୟାନ ସମୟରେ ଆଉ ଏକ ରଙ୍ଗଶାଳା କଥା କହିଥିଲେ, ଯେଉଁଠି ଅଭିଯୁକ୍ତ ସତ୍ୟନାରାୟଣ ସାମଲ(ପିଣ୍ଟୁ) ଜନସେବା କେନ୍ଦ୍ର ଓ ଲେଡ଼ିଜ କର୍ଣ୍ଣର ଖୋଲି କାରନାମା ଚଳାଇଥିଲେ। ତେବେ, ତାହା ଏକ ଗୋଚର ଜମି ବୋଲତ ଜଣାପଡ଼ିବା ପରେ ଆଜି ଖୋଳତାଡ଼ ହୋଇଛି। ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ତା, ନେଉଳପୁର ରାଜସ୍ବ ନିରୀକ୍ଷକ ମନୋଜ ମହାପାତ୍ର, ସରକାରୀ ଅମିନ ଘଟଣାସ୍ଥଳରେ ପହଞ୍ଚି ମାପଚୁପ କରି ଜମି ଚିହ୍ନଟ କରିଛନ୍ତି। ଗୋଚର ଜମିରେ ଗଢ଼ି ଉଠିଥିବା ଦୁଇ ମହଲା କୋଠା, ମାର୍କେଟ କମ୍ପ୍ଲେକ୍ସ ଭାଙ୍ଗିବା ପାଇଁ ତହସିଲଦାର ୭ ଦିନିଆ କଣ୍ଟ ଦେଇଛନ୍ତି। ୭ ଦିନ ମ଼ଧ୍ୟରେ ମାର୍କେଟ୍ କମ୍ପ୍ଲେକ୍ସକୁ ଭାଙ୍ଗିବା ସହିତ ଏକ ମାସ ମଧ୍ୟରେ ୨ ମହଲା କୋଠାକୁ ଭାଙ୍ଗିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ, ନାବାଳିକା ନିର୍ଯାତନା ଘଟଣାରେ ପୁଲିସ୍‌ ସତ୍ୟନାରାୟଣଙ୍କ ସହ ତାଙ୍କ ସାନଭାଇ ରୁଦ୍ରନାରାୟଣ ସାମଲ(ମଣ୍ଟୁ) ଏବଂ ଦୁଇ ଭଉଣୀ ବନିତା ପରିଡ଼ା ଓ କବିତା ସାହୁଙ୍କୁ ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଛନ୍ତି। ପ୍ରକାଶଥାଉକି, ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ୍‌ହାଉସ୍‌ରେ ଭିଏଲ୍‌ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କର ରହସ୍ୟଜନକ ମୃତ୍ୟୁ ଘଟିଥିଲା। ରଙ୍ଗଶାଳା ଭାବେ ଏହି ଗେଷ୍ଟ୍‌ହାଉସ୍‌ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe