ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣରେ ୩ ଯବାନ ସହିଦ

ଗୁରୁବାର ଭୋର୍ ସମୟରେ ମାଲକାନଗିରି ଜିଲ୍ଲା ନିକଟବର୍ତ୍ତୀ ଓଡ଼ିଶା-ତେଲେଙ୍ଗାନାନ ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସର୍ଚ୍ଚ ଅପରେସନ ସମୟରେ ୩ ଜଣ ଗ୍ରେହାଉଣ୍ଡ ଯବାନ ସହିଦ ହୋଇଛନ୍ତି....

3 soldiers martyred in IED blast planted by Maoists

3 soldiers martyred in IED blast planted by Maoists Photograph: (sambad.in)

ମାଲକାନଗିରି: ଗୁରୁବାର ଭୋର୍ ସମୟରେ ମାଲକାନଗିରି ଜିଲ୍ଲା ନିକଟବର୍ତ୍ତୀ ଓଡ଼ିଶା-ତେଲେଙ୍ଗାନାନ ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସର୍ଚ୍ଚ ଅପରେସନ ସମୟରେ ୩ ଜଣ ଗ୍ରେହାଉଣ୍ଡ ଯବାନ ସହିଦ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ମୁଲୁଗୁ ଜିଲ୍ଲାର ପେରୁରୁ ଏବଂ ୱାଜେଡୁ ପୁଲିସ ଷ୍ଟେସନ ଅଞ୍ଚଳରେ ଓଡ଼ିଶା-ତେଲେଙ୍ଗାନା ସୀମାରେ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି।

ଅଧିକ ପଢ଼ନ୍ତୁ: ଏକଜୁଟ୍ ହେବାର ଆବଶ୍ୟକତା ରହିଛି; ବିରୋଧୀ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣରେ ତିନି ଜଣ ଯବାନ ସହିଦ ହୋଇଛନ୍ତି।

ଏହା ସହିତ ଜଣେ ଯବାନ ଆହତ ହୋଇଛନ୍ତି। ମିଳିତ ସୁରକ୍ଷା କର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

ଅଧିକ ପଢ଼ନ୍ତୁ:  ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ: ୫ ଗିରଫ

Malkangiri | Naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe