ରାଜନେତାଙ୍କ ବିରୋଧରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପ୍ରସଂଗ: ତିନୋଟି ସ୍ବତନ୍ତ୍ର ଅଦାଲତ, ୧୧ଟି ଜେଏମ୍‌ଏଫସି କୋର୍ଟ ପ୍ରସଂଗରେ ଜବାବ ତଲବ

Advertisment
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ : ହାଇକୋର୍ଟରେ ହାଜର ହେ‌ଲେ ନିର୍ଦ୍ଦେଶକ, ୩ ଡିଇଓ

Odisha Bytes

କଟକ: ସମସ୍ତ ଜିଲ୍ଲାରେ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲା ଗୁଡିକର ତ୍ବରିତ ଶୁଣାଣି ପାଇଁ ତିନୋଟି ରାଜସ୍ବ ଡିଭିଜନରେ ତିନୋଟି ସ୍ବତନ୍ତ୍ର ଅଦାଲତ ଓ ୧୧ଟି ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‌ଏଫ୍‌ସି) ଅଦାଲତ ପ୍ରତିଷ୍ଠା ପ୍ରସଂଗରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏହି ସବୁ ଅଦାଲତ ସୁଚାରୁ ଭାବେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ପାଇଁ ଭିତ୍ତିଭୂମି ଯଥା କର୍ମଚାରୀ, କାର୍ଯ୍ୟାଳୟ ଇତ୍ୟାଦି ବ୍ୟବସ୍ଥା କରିବା ପ୍ରସଂଗରେ ମଧ୍ୟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ଏ ସଂପର୍କିତ ଆକ୍ସନ ପ୍ଲାନ୍ ଅନୁସାରେ ଏଥିପାଇଁ ନିର୍ଦ୍ଧା‌ରିତ ସମୟସୀମା ରହିଥିବା ବେଳେ ରାଜ୍ୟ ସରକାରଙ୍କୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ସବୁ ପ୍ରସଂଗରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୬କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୬ ତାରିଖରେ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ରାଜନେତାଙ୍କ ବିରୋଧରେ ଥିବା ମାମଲାର ତ୍ବରିତ ଶୁଣାଣି କରି ଫଇସଲା କରିବା ସହ ଏଥିପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ନିଜ ଆଡୁ ହାଇକୋର୍ଟ ଏହି ମାମଲା ରୁଜୁ କରିଥିଲେ। ମାମଲାରେ ରାଜ୍ୟ ଗୃହ ସଚିବ, ଆଇନ ସଚିବ, ପୁଲିସ ଡିଜି, ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe