ସମୁଦ୍ରରେ ଭାସିଗଲେ ୩ ଛାତ୍ର; ଜଣେ ମୃତ, ଦୁଇ ଗୁରୁତର

Advertisment
ଡିସେମ୍ବର ପହିଲାରେ ବଙ୍ଗୋପସାଗରରେ ବାତ୍ୟା

tripuntold.com

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟ ପ୍ରସିଦ୍ଧ ଶୈବପୀଠ ବଟେଶ୍ବରରେ ଆଜି କାର୍ତ୍ତିକ ପୂର୍ଣ୍ଣମୀ ଯାତ୍ରା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମନ୍ଦିର ନିକଟ ବେଳାଭୂମିରେ ତିନିଜଣ ସ୍କୁଲ୍‌ ଛାତ୍ର ଗାଧୋଉଥିବା ବେଳେ ଉଚ୍ଚଜୁଆରରେ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି, ହୁମ୍ମାପଦର ମାଳିସାହିର ରବୀନ୍ଦ୍ର ସ୍ବାଇଁଙ୍କ ପୁଅ ତଥା ମାଟ୍ରିକ୍ ଛାତ୍ର ଗାୟତ୍ରୀଶ୍ରୀ ଜଗନ୍ନାଥ (୧୫)। ସେହିପରି ଶଙ୍କର ସାହୁ (୧୫) ଓ ରାକେଶ ସାହୁ (୧୫)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ହୁମ୍ମା ଗ୍ରାମ ବୀରଭଦ୍ର ହାଇସ୍କୁଲ୍‌ର ପ୍ରାୟ ୧୦ ଜଣ ଜଣ ଛାତ୍ର ଆଜି ଯାତ୍ରା ଦେଖିବାକୁ ବଟେଶ୍ବର ପୀଠକୁ ମଧ୍ୟାହ୍ନ ୧୨ଟାରେ ଯାଇଥିଲେ। ଯାତ୍ରା ପାଇଁ ଲାଗିଥିବା ଅପେରା ପେଣ୍ଡାଲ୍‌ ଦେଖି ବେଳାଭୂମି ଆଡ଼କୁ ପଳାଇଥିଲେ। ସେମାନଙ୍କ ମଧ୍ୟରୁ ଶଙ୍କର, ଜଗନ୍ନାଥ ଓ ରାକେଶ ଗାମୁଛା ପିନ୍ଧି ଗାଧୋଇବାକୁ ସମୁଦ୍ର ଭିତରକୁ ଯାଇଥିଲେ। ୧୦ ମିନିଟ୍ ପରେ ହଠାତ୍ ଏକ ଉଚ୍ଚଜୁଆର ମାଡ଼ି ଆସି ସମସ୍ତଙ୍କୁ ଟାଣି ନେଇଥିଲା। ଅନ୍ୟ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଚିତ୍କାର କରିଥିଲେ। କିଛି ଯୁବକ ସେମାନଙ୍କୁ ଉଦ୍ଧାର କରିବାକୁ ସମୁଦ୍ର ଭିତରେ ପଶିଥିଲେ। ୨୦ ମିନିଟ୍ ପରେ ଶଙ୍କର ଓ ରାକେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିନ୍ତୁ, ଜଗନ୍ନାଥଙ୍କ ପତ୍ତା ମିଳି ନଥିଲା। କିଛିସମୟ ପରେ ଏକ ଉଚ୍ଚଜୁଆରରେ ଜଗନ୍ନାଥ ଭାସୁଥିବା ଦେଖି ଯୁବକମାନେ ତାଙ୍କୁ କୂଳକୁ ଆଣିଥିଲେ। ଗଞ୍ଜାମ ଡାକ୍ତରଖାନାରୁ ଛତ୍ରପୁର ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe