କଂଗ୍ରେସରୁ ୩ ନିଲମ୍ବିତ, ୩ ବହିଷ୍କୃତ

Advertisment
କଂଗ୍ରେସରୁ ୩ ନିଲମ୍ବିତ, ୩ ବହିଷ୍କୃତ

The Indian Express

ଭୁବନେଶ୍ବର : ଦଳ ବିରୋଧୀ କାର୍ଯ୍ୟ ପାଇଁ କଠୋର ପଦକ୍ଷେପ ନେଇଛି ରାଜ୍ୟ କଂଗ୍ରେସ ଦଳ। ଆଜି ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ପ୍ରାର୍ଥୀ ସୁରେନ୍ଦ୍ର କୁମାର ନନ୍ଦ, ୨୯ ନମ୍ବର ଜୋନ୍ କଂଗ୍ରେସ ସଭାପତି ପ୍ରଦୀପ୍ତ ଧଳ ଓ ଅଖିଳ ପଣ୍ଡାଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳରୁ ନିଲମ୍ବନ କରିଛନ୍ତି। ସେହିପରି ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକର ୨୪ ନମ୍ବର ଜୋନ୍ କଂଗ୍ରେସ ସଭାପତି ବିପିନ୍ ବିହାରୀ ନାୟକ, ୨୨ ନମ୍ବର ଜୋନ୍ ସଭାପତି ରଜନୀକାନ୍ତ ବଳିୟାରସିଂ ଏବଂ ଓଡଗାଁ ବ୍ଲକ ୩ ନମ୍ବର ଜୋନ୍ ସଭାପତି ବିମଳ କୁମାର ଦାଶଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି। ଆଜି ଏ ନେଇ ଏକ ପ୍ରେସ୍ ବିଜ୍ଞପ୍ତିରେ ପିସିସି ଉପସଭାପତି ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe