୩ ଶିକ୍ଷକ ନିଲମ୍ବିତ, ଜଣଙ୍କୁ କୈଫିୟତ ତଲବ

Advertisment

ଛୁଟି ନ ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିବା ମହଙ୍ଗା ପଡ଼ିଲା

ଛୁଟି ନ ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିବା ମହଙ୍ଗା ପଡ଼ିଲା

୩ ଶିକ୍ଷକ ନିଲମ୍ବିତ, ଜଣଙ୍କୁ କୈଫିୟତ ତଲବ

ଭୁବନେଶ୍ୱର : ଛୁଟି ନନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସିବା ରାଜ୍ୟର ୪ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା। ସୋମବାର ଗଣଶିକ୍ଷା ବିଭାଗର ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବାରୁ ୩ ଜଣ ନିୟମିତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଣଙ୍କୁ କୌଫିୟତ ମଗାଯାଇଛି। ଏନେଇ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଶିକ୍ଷକ/ଶିକ୍ଷୟିିତ୍ରୀ ବିଦ୍ୟାଳୟରେ ଶିକ୍ଷାଦାନରେ ଅବହେଳା ପ୍ରଦର୍ଶନ କରି ଛୁଟି କିମ୍ବା ଅନୁମତି ନ ନେଇ ବିଭାଗୀୟ ଦପ୍ତର ଓ ନିର୍ଦେଶାଳୟକୁ ବାରମ୍ବାର ଆସୁଥିବାରୁ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏଥିରୁ ନିବୃତ୍ତ ରହିବା ପାଇଁ ନିର୍ଦେଶ ଦେଇଛନ୍ତି।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଗଣଶିକ୍ଷା ସଚିବ ଶ୍ରୀ ମହାପାତ୍ର ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଗତକାଲି ବିଭିନ୍ନ ଅଭିଯୋଗର ଶୁଣାଣି କରୁଥିଲେ। ଏହି ସମୟରେ କଟକ ଜିଲ୍ଲାର ୪ ଜଣ ଏବଂ ଯାଜପୁର ଜିଲ୍ଲାର ଜଣେ ଶିକ୍ଷକ ସେମାନଙ୍କ ଦରମା ହାର ସଂଶୋଧନ ସମ୍ପର୍କିିତ ଅଭିଯୋଗରେ ସଚିବଙ୍କୁ ସାକ୍ଷାତ କରିଥିଲେ। ଉକ୍ତ ଶିକ୍ଷକମାନଙ୍କ ଅଭିଯୋଗ ଶୁଣାଣି କରିବା ସମୟରେ ସେମାନେ ସ୍କୁଲ କର୍ତୃପକ୍ଷଙ୍କ ଅନୁମତି ସହ ଛୁଟି ନେଇ ଆସିଛନ୍ତି କି ନାହିଁ ସଚିବ ତାହା ଜାଣିବାକୁ ଚାହିଁଥିଲେ। ଶିକ୍ଷକମାନେ ଛୁଟି ନେଇ ଆସିଛନ୍ତି ବୋଲି କହିଥିଲେ। ସଚିବ ଶ୍ରୀ ମହାପାତ୍ର ଏସମ୍ପର୍କରେ ଜାଣିବା ଲାଗି ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଟେଲିଫୋନ୍‌ ଯୋଗେ ନିର୍ଦେଶ ଦେଇଥିଲେ।

ଡିଇଓମାନେ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ଯାଜପୁର ଜିଲ୍ଲାର ଶିକ୍ଷକ ଜଣକ ଛୁଟି ନେଇଥିଲେ। କିନ୍ତୁ କଟକ ଜିଲ୍ଲାର ୪ ଜଣ ଶିକ୍ଷକଙ୍କ ମଧ୍ୟରୁ କେହି ଛୁଟି ନେଇ ନ ଥିବା ନଜରକୁ ଆସିଥିଲା। ଡିଇଓଙ୍କଠାରୁ ରିପୋର୍ଟ ମିଳିବା ପରେ ଶ୍ରୀ ମହାପାତ୍ର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ନିର୍ଦେଶ ଦେଇଥିଲେ। ତାହାକୁ ଆଧାର କରି କଟକ ଜିଲ୍ଲା ରାଣୀହାଟ ହାଇସ୍କୁଲର ଶିକ୍ଷକ ଦେବପ୍ରସାଦ ତ୍ରିପାଠୀ ଓ ବ୍ରହ୍ମାନନ୍ଦ ତ୍ରିପାଠୀ ଏବଂ ବାରଙ୍ଗସ୍ଥିତ ଝୁନ୍‌ଝୁନ୍‌ଓ୍ଵାଲା ବିଦ୍ୟାପୀଠର ଶିକ୍ଷକ ବିନୋଦ କୁମାର ନାୟକଙ୍କୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe