ନୂଆପଡ଼ାରେ ପୁଣି ଆତଙ୍କ: ବାଘ ଓ ତାର ଦୁଇଟି ଛୁଆକୁ ଦେଖିଲେ ଲୋକେ

ନୂଆପଡ଼ାରେ ପୁଣି ଆତଙ୍କ: ବାଘ ଓ ତାର ଦୁଇଟି ଛୁଆକୁ ଦେଖିଲେ ଲୋକେ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ନିକଟ କଟିଙ୍ଗପାଣି ଗାଁରେ ପୁଣି ଏକ କଊରାପତରିଆ ବାଘ ଓ ତାର ଦୁଇଟି ଛୁଆକୁ ଦେଖିବାକୁ ମିଳିଛି। ଏହି ତିନିଜଣଙ୍କୁ ଦେଖିଥବା ନୂଆପଡ଼ା ବ୍ଲକ୍ ଧରମବନ୍ଧା ଥାନା କଟିଙ୍ଗପାଣି ଗ୍ରାମବାସୀ କହିଛନ୍ତି। ଗତକାଲି ରାତିରେ କେତେକ ଚାଷୀ ସେମାନଙ୍କ ଧାନ ଧରି ମଣ୍ଡିକୁ ଯାଉଥିବା ବେଳେ ଏକ ବାଘ ଓ ତାର ଦୁଇଟି ଛୁଆକୁ ଦେଖିବାକୁ ପାଇଥିଲେ। ସେମାନେ ଏହାର ଭିଡିଓ ମଧ୍ୟ ସୁଟ୍ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ କଟିଙ୍ଗପାଣି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ଏଯାଏ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାର ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ନୂଆପଡ଼ା ଜିଲ୍ଲାରେ ଉତ୍ପାତ ଚଳାଇଥିବା ଅନ୍ୟ ଏକ ବାଘ କୋଦୋପାଲି ଗାଁକୁ ଆସିଥିଲା ବେଳେ ଧରାପଡ଼ିଥିଲା। ଗାଁରେ ବୁଲୁଥିବା ବେଳେ ଗ୍ରାମବାସୀ ପାଟି କରିବାରୁ ବାଘ ଗାଁର ଜିରାଖଣ୍ଡ ସାହୁଙ୍କ ଘର ଭିତରେ ପଶି ଯାଇଥିଲା। ଉକ୍ତ ଘରେ କେହି ରହୁନଥିଲେ ଓ ତାହା ଖାଲି ପଡ଼ିଥିଲା। ଗ୍ରାମବାସୀ ସଙ୍ଗେସଙ୍ଗେ ଘର କବାଟ ବନ୍ଦ କରି ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ବାଘକୁ ଗ୍ୟାସ୍ ପ୍ରୟୋଗ କରି ଚେତାଶୂନ୍ୟ କରିଥିଲେ। ଏହାପରେ ଏହାକୁ ଯନ୍ତାରେ ନେଇଯାଇଥିଲେ। ୪ ଦିନ ତଳେ ଜଣେ ବାଳକକୁ ମାରିଥିବା ଏହି ବାଘ ଧରମବନ୍ଧା ଥାନା ସିଲିଆରିବାହାର ଗାଁର ଜଣେ ମହିଳାଙ୍କୁ ଝାମ୍ପି ନେଇ ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲା। ସେହିପରି ଶନିବାର ଧରମବନ୍ଧା ଥାନା କୋଦୋପାଲି ଗାଁର ଜଣେ ୮ବର୍ଷ ବୟସର ବାଳକକୁ ଆକ୍ରମଣ କରି ଖଣ୍ଡିଆଖାବରା କରିଥିଲା।  ଜଙ୍ଗଲରୁ ମୃତ ମହିଳାଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ଅଲଗା ସ୍ଥାନରୁ ଉଦ୍ଧାର କରାଯାଇଥିଲା।  ଦୁଇଜଣଙ୍କୁ ବାଘ ମାରିବା ଏବଂ ଜଣଙ୍କୁ ଆକ୍ରମଣ କରିବା ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe