ସମୁଦ୍ରରେ ବୁଡ଼ିଗଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର

ସମୁଦ୍ରରେ ବୁଡ଼ିଗଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର

iStock

ଅସ୍ତରଙ୍ଗ : ପୁରୀଜିଲ୍ଲା ଅସ୍ତରଙ୍ଗ ବେଳାଭୂମି ପୀର ଜାହାନିଆଠାରେ ଆଜି ପାଣିରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଛନ୍ତି। ଅନ୍ୟଜଣେ ପର୍ଯ୍ୟଟକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କର ପରିଚୟ ମିଳିପାରିନାହିଁ।

ଜଗତସିଂହପୁର ପିତେଇପୁର ଅଞ୍ଚଳର ୩ ଜଣ ଯୁବକ ବଣଭୋଜି କରିବାକୁ ପୀରଜାହାନିଆକୁ ଆସିଥିଲେ। ଭୋଜି ସାରି ଅପରାହ୍ନ ପ୍ରାୟ ୪ଟା ବେଳେ ସେମାନେ ସମୁଦ୍ରରେ ଗାଧୋଇବା ବେଳେ ଲହଡ଼ିରେ ଭାସିଯାଇଥିଲେ। ସ୍ଥାନୀୟ ଯୁବକମାନେ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ଲହଡ଼ିରେ ଗଭୀର ସମୁଦ୍ରକୁ ଭାସିଯାଇଥିଲେ। ପରେ ସ୍ଥାନୀୟ ଯୁବକମାନେ ଆଉ ଜଣେ ଯୁବକଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ମାତ୍ର ତାଙ୍କୁ ଡାକ୍ତରଖାନାରେ ନେବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋ‌ଷଣା କରିଛନ୍ତି।

ଅନ୍ୟପକ୍ଷରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଅଗ୍ନିଶମ ଓ ପୁଲିସ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ସ୍ଥାନୀୟ ଅଞ୍ଚଳର ସଂଗ୍ରାମ ବିଶ୍ୱାଳ, ଜଗବନ୍ଧୁ ବେହେରା, ବାବୁନି ନାୟକ ଓ ପୀର ଜାହାନିଆ ବ୍ୟବସାୟୀ ସଂଘ, କଇଁଛ ସୁରକ୍ଷା କର୍ମୀ ନିହାର ବିଶ୍ୱାଳ, ସହଜାନ୍ ଅଲ୍ଲୀସା ଓ ସୌମ୍ୟରଞ୍ଜନ ବିଶ୍ୱାଳ ଉଦ୍ଧାରକାରୀ କାର୍ଯ୍ୟରେ ଲାଗିଛନ୍ତି।

ପ୍ରକାଶ ଥାଉକି, ପୀର ଜାହାନିଆଠାରେ ବାରମ୍ବାର ଅଘଟଣ ଘଟୁଥିଲେ ମଧ୍ୟ ଏଠାରେ ସତର୍କ ଫଳକ ଲଗାଯାଉନାହିଁ କିମ୍ବା କୌଣସି ଲାଇଫ୍ ଗାର୍ଡଙ୍କୁ ନିୟୋଜିତ କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe