୩ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ: ଗଠନ ହେଲା ସର୍ଚ୍ଚ କମିଟି

Advertisment
ରେଭେନ୍ସା-୭୦ ବନ୍ଧୁ ମିଳନ ୧୧ରେ

Collegedunia.com

ଭୁବନେଶ୍ବର : ରେଭେନ୍ସା ସମେତ ସମ୍ବଲପୁର ଓ ଓଡ଼ିଶା ରାଜ୍ୟ ମୁକ୍ତବିଶ୍ବବିଦ୍ୟାଳୟ(ଓଏସ୍‌ଓୟୁ)ର ନୂତନ କୁଳପତି ଚୟନ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ୩ଟି ଯାକ ବିଶ୍ବବିଦ୍ୟାଳୟ ଲାଗି ଆବେଦନ ପ୍ରକ୍ରିୟା ସରିଥିବା ବେଳେ ଏବେ ସର୍ଚ୍ଚ କମିଟି ଗଠନ ହୋଇଛି। ମୁଖ୍ୟ ଶାସନ ସଚିବ ପାହ୍ୟାର ଅବସରପ୍ରାପ୍ତ ଅଧିକାରୀମାନେ କୁଳାଧିପତିଙ୍କ ପ୍ରତିନିଧି ଭାବେ ଚୟନ କମିଟିର ଅଧ୍ୟକ୍ଷ ରହିଛନ୍ତି। ରେଭେନ୍ସା ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ଲାଗି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଓ ରାଜ୍ୟ ସରକାରଙ୍କ ଜଣେ ଲେଖାଏ ଚୟନ କମିଟିରେ ସାମିଲ ହୋଇଛନ୍ତି। ଓଏସ୍‌ଓୟୁ କୁଳପତି ଚୟନ ଲାଗି ଗଠିତ ହୋଇଥିବା କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ନାହାନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟ ଚୟନ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ ପୂର୍ବତନ ପ୍ରଫେସର ରହିଥିବା ସୂଚନା ମିଳିଛି।

୩ଟି ଯାକ ବିଶ୍ବବିଦ୍ୟାଳୟ ଲାଗି ୧୪୧ଜଣ ପ୍ରଫେସର୍‌ ଆବେଦନ କରିଛନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟ ଲାଗି ୫୪ଜଣ ପ୍ରଫେସର୍‌ ଆବେଦନ କରିଥିବା ବେଳେ ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ ୫୨ ଓ ଓଏସ୍‌ଓୟୁ ଲାଗି ୩୫ଜଣ ପ୍ରଫେସର୍‌ ଦୌଡ଼ରେ ସାମିଲ ଅଛନ୍ତି। ଡିସେମ୍ବର ୩୧ରେ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଈଶାନ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଯେତେଶୀଘ୍ର ସମ୍ଭବ ଚୟନ କମିଟିର ବୈଠକ ବସି ନୂତନ କୁଳପତି ଚୟନ କରିବା ଦିଗରେ ପଦକ୍ଷେପ ନିଆଯିବ। ତେବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ଅପରାଜିତା ଚୌଧୁରୀଙ୍କୁ ରେଭେନ୍ସା ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ ଦାୟିତ୍ବ ଦିଆଯାଇଛି। ନୂତନ କୁଳପତି ନିଯୁକ୍ତି ହେବା ପର୍ଯ୍ୟନ୍ତ, ନ ହେଲେ ଆସନ୍ତା ୩ ମାସ ପର୍ଯ୍ୟନ୍ତ ପ୍ରଫେସର୍‌ ଚୌଧୁରୀ ଏହି ଦାୟିତ୍ବରେ ରହିବେ ବୋଲି କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe