୫ମାସ ହେବ ୩ବିଧବାଙ୍କୁ ମିଳୁନି ଭତ୍ତା

Advertisment
୫ମାସ ହେବ ୩ବିଧବାଙ୍କୁ ମିଳୁନି ଭତ୍ତା

ଜୟପୁର: ଜୟପୁର ବ୍ଲକର ଆମ୍ବାଗୁଡା ପଂଚାୟତର ବଡମଣ୍ଡାପଦର ଗାଁର ତିନି ଜଣ ବୃଦ୍ଧାଙ୍କୁ ଗତ ୫ମାସ ହେବ ଭତ୍ତା ଟଙ୍କା ମିଳୁନଥିବାକୁ ନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏପରିକି ଏହି ପଂଚାୟତର ପିଇଓ ଜଣେ ହିତାଧିକାରୀ ପାଉଥିବା ଭତ୍ତା ‌ଟଙ୍କା ଲେଖାଯାଉଥିବା ଖାତା ମାଗିକି ନେଇ ଫେରାଇ ନଥିବା ଅଭିଯୋଗ କରିଛନ୍ତି। ବୈଦି ଭାଟ୍ଟ, ତୁଲସା ଭାଟ୍ଟ, କମଳି ଗାଧବା ୫ମାସର ଭତ୍ତା ଟଙ୍କା ପାଇ ନଥିବା ବେଳେ ବାରମ୍ବାର ବ୍ୟାଙ୍କକୁ ଯାଇ ନୟାନ୍ତ ହୋଇ ପଡ଼ିଥିବା କହିଛନ୍ତି। ପିଇଓଙ୍କୁ ଏ ନେଇ  ପଚାରିବାରେ ସେ ସ୍ପଷ୍ଟ କିଛି ଉତ୍ତର ଦେଉନଥିବା ଏହି ହିତାଧିକାରୀ ମହିଳା ମାନେ ଅଭିଯୋଗ କରିଛନ୍ତି।

ପୂର୍ବରୁ ଭତ୍ତା ଟଙ୍କା ବ୍ୟାଙ୍କ ଅକାଉଣ୍ଟ ଜରିଆରେ ଆସୁଥିବା ବେଳେ ଅଚାନକ ଭାବେ କାହିଁକି ଓ କେଉଁ କାରଣ ପାଇଁ ବନ୍ଦ କରାଯାଇଛି ତାହା ସେମାନେ ଜାଣି ପାରୁ ନଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏଦିଗରେ ତଦନ୍ତ କରି ସେମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ଏମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe