ଗଛରେ ପିଟି ହେଲା ଭ୍ୟାନ୍: ପ୍ରାଣ ହରାଇଲେ ୩ ମହିଳା, ୧୫ ଜଣ ଗୁରୁତର

Advertisment
ଗଛରେ ପିଟି ହେଲା ଭ୍ୟାନ୍: ପ୍ରାଣ ହରାଇଲେ ୩ ମହିଳା, ୧୫ ଜଣ ଗୁରୁତର

କୋଟଗଡ଼: କନ୍ଧମାଳ ଜିଲ୍ଲାର କୁଟିବାଲି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଗଛରେ ପିଟି ହୋଇ ଏକ ଭ୍ୟାନ୍ ଓଲଟିଛି। ଏହାଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ତିନି ମୃତକ ମହିଳା। ମୃତକମାନଙ୍କର ପରିଚୟ ମିଳିଛି। ସେମାନେ ହେଲେ ଓରା ପଞ୍ଚାୟତର ଅଟାଳି ଗ୍ରାମର ଜସ୍ମିତା ଗୁଣ୍ଡ୍ରା ମାଝୀ(୩୫), ଗୁଣ୍ଡ୍ରା ମାଝୀ, ମେରଗୁଡାଲୁ ଗୁଣ୍ଡ୍ରା ମାଝୀ(୫୦) ଓ ଅନାମଇ ଗୁଣ୍ଡ୍ରା ମାଝୀ(୧୯)।

ଏହାଛଡ଼ା ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏମାନଙ୍କ ଭିତରୁ ୧୫ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ବାଲିଗୁଡ଼ା ଓ ବିଷମକଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି।

ଏମାନେ ଭ୍ୟାନରେ ବାହାଘର ଭୋଜି ଖାଇବାକୁ  ଅଟାଳିରୁ କୋଟଗଡ଼ର ସାଲକି ଗାଁକୁ ମଦାଙ୍ଗି ଯାଉଥିଲେ। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ଗାଡ଼ିଚାଳକଙ୍କ ବଦଳରେ ହେଲପର୍ ଭ୍ୟାନ୍ ଚଳାଉଥିଲେ। ସେ ନିୟନ୍ତ୍ରଣ ହରାଇ ଗାଡ଼ିଟିକୁ ଗଛରେ ପିଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe