ବିଦ୍ୟୁତ୍‌ ଆଘାତରେ ୩ ମହିଳା ମୃତ୍ୟୁ ଘଟଣା, ଜଣେ ଗିରଫ

Advertisment

ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି, ଜିଲ୍ଲାପାଳ, ଏସ୍‌ପିଙ୍କୁ ଭେଟ‌ିଲେ ଗ୍ରାମବାସୀ

ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି, ଜିଲ୍ଲାପାଳ, ଏସ୍‌ପିଙ୍କୁ ଭେଟ‌ିଲେ ଗ୍ରାମବାସୀ

କାଲଭମ-୬୨୫ ଓ ଅନ୍ୟ ନକଲି ଔଷଧ ମାମଲା: ବାରାଣାସୀରୁ କିଙ୍ଗ ପିନ୍‌ ସହିତ ୫ ଗିରଫ

Image Courtesy of The Quint

ତେଲକୋଇ: ବିଦ୍ୟୁତ୍ ଆଘାତରେ ୨୨ ତାରିଖରେ ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଗ୍ରାମର ୩ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବେଆଇନ ଭାବେ ନିଜ ବଗିଚାକୁ ବିଦ୍ୟୁତ୍ ସଂଯୋଗ ନେଇଥିବା ସେହି ଗ୍ରାମର ଭରତ ନାୟକଙ୍କ ପୁଅ କୁବେର ନାୟକ (୩୫)ଙ୍କୁ ଆଜି ତେଲକୋଇ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ବିରୋଧରେ କେସ୍‌ ନମ୍ବର ୧୮୪/୨୦୨୨ ଦଫା ୨୮୫, ୩୦୪ (ଏ) ତଥା ୧୩୫ ଇଲେକ୍ଟ୍ରିକାଲ ଆକ୍ଟରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କେନ୍ଦୁଝର ଜିଲ୍ଲାପାଲ ଏବଂ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ଦୀର୍ଘ ୩ ବର୍ଷ ହେଲା କୁବେର ନିଜ ବଗିଚାକୁ ବେଆଇନ ଭାବେ ବିଦ୍ୟୁତ୍ ସଂଯୋଗ ନେଇଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏ ସମ୍ପର୍କରେ ଅବଗତ ଅଛନ୍ତି। ସେହିପରି ଜଙ୍ଗଲ ଭିତରେ ବିଦ୍ୟୁତ୍‌ ଖୁଣ୍ଟ ନଥିବା ବେଳେ ଗଛ ସାହାଯ୍ୟରେ ବିପଜ୍ଜନକ ଭାବେ ବିଦ୍ୟୁତ୍‌ ତାର ଟଣା ଯାଇଥିଲା। ଏହାଦ୍ବାରା କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ କାହିଁକି ଏ ଦିଗରେ ପଦକ୍ଷେପ ଗ୍ରହଣ କରିନଥିଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ସେହିପରି ଏହି ଘଟଣାରେ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଥାନା‌ରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରୁ ନଥିବା ଅଭିଯୋଗ ହୋଇଛି।

ପୁଲିସ ନିଜେ ଏତଲା ଲେଖି ଅଭିଯୋଗକାରୀଙ୍କ ଦସ୍ତଖତ ନେଇ ମାମଲା ରୁଜୁ କରିଥିବା ଗ୍ରାମବାସୀ କହିଛନ୍ତି। ଏନେଇ ଗ୍ରାମର ମଗୁଶିରିଆ ଜୁଆଙ୍ଗ, ରାଜେଶ ଜୁଆଙ୍ଗ, ଗୁରୁବାରିଆ ଜୁଆଙ୍ଗ, ପହଲା ଜୁଆଙ୍ଗ, ପ୍ରଦୀପ ଜୁଆଙ୍ଗ, ଲକ୍ଷ୍ମୀଧର ଜୁଆଙ୍ଗ ପ୍ରମୁଖ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଭେଟି ଜଣାଇଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବ ପ୍ରକୃତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଚାରିଗଡ଼ ଜୁଆଙ୍ଗ ସଂଗଠନ ତୀବ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ତେଲକୋଇ ଥାନା ଏସ୍‌ଆଇ ଏସ୍‌. ପାତ୍ରଙ୍କୁ ପଚାରିବାରୁ ଗୋଟିଏ ଘଟଣାରେ ଗୋଟିଏ ମାତ୍ର ମାମଲା ରୁଜୁ ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe