କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳି ଦେଲା ଟ୍ରକ୍

Advertisment
କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳି ଦେଲା ଟ୍ରକ୍

ବରଗଡ଼: ଟ୍ରକ୍ ଧକ୍କାରେ ଚାଲିଗଲା ତିନି ଜଣଙ୍କ ଜୀବନ।ସୋହେଲା ରାୟପୁର ରୋଡ ସ୍ଥିତ ଲୁହୁରାଚଟି ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଶୋକା କମ୍ପାନିରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଦଳି ଦେଲା ଟ୍ରକ୍। ଘଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ। ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ଜାାତୀୟ ରାଜପଥ ରାସ୍ତା କଡ଼ରେ ଡ୍ୟୁଟି କରୁଥିବା ସମୟରେ ହଠାତ୍ ତିନି କର୍ମଚାରୀଙ୍କୁ ଏକ ଟ୍ରକ୍ ଧକ୍କା ଦେଇ ଉକ୍ତ ସ୍ଥାନରୁ ଫେରାର ମାରିଥିଲା।

ସୋହେଲା ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚିଥିଲା ଓ ତିନି ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଛନ୍ତି। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।ମୃତ ବ୍ୟକ୍ତିମାନେ ହେଲେ ସୋହେଲା ସହରର ପାର୍ଥ ସାହୁ , ବନ୍ଦଳା ଗାଁର ବିକାଶ ଷଣ୍ଢ ,ଓ ଅନ୍ୟ ଜଣେ କଟକ ଅଞ୍ଚଳର ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ସୋହେଲା ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe